34.1 C
Bhubaneswar
Friday, March 29, 2024
Homeଓଡିଶାଲାଞ୍ଜିଗଡର ଯୁବତୀ କେରଳରେ ମୃତ୍ୟୁ

ଲାଞ୍ଜିଗଡର ଯୁବତୀ କେରଳରେ ମୃତ୍ୟୁ

କଳାହାଣ୍ଡି: ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡିରେ ଦେଖିବାକୁ ମିଳିଛି । ଗତ ୮ତାରିଖରେ କେରଳରେ ଓଡିଆ ଯୁବତୀଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବିଜେପୁରର କାର୍ତ୍ତିକ ନାଏକ ଓ କାନକୁଟ୍ରୁ ପଞ୍ଚାୟତ ବଚ୍ଚକା ଗାଁର ନଫିସା ହରିଜନ ବର୍ଷେ ପୂର୍ବରୁ ପ୍ରେମ ବିବାହ କରିଥିଲେ । ଗାଁରେ କାମଧନ୍ଦା ନମିଳିବାରୁ ଉଭୟେ କେରଳ ଯାଇ ଏକ ଘରଭଡା ନେଇ ରହିଥିଲେ । କାର୍ତ୍ତିକ ଏକ ଘରୋଇ କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସ୍ତ୍ରୀ ନଫିସା ଘରେ ରହୁଥିଲା । ତେବେ ଗତ ୮ତାରିଖ ଦିନ ନଫିସାକୁ ଜ୍ୱର ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କେରଳରୁ ନଫିସାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା । ଶେଷରେ କେରଳ ସରକାର ଓ ପରିବାର ଲୋକଙ୍କ ସହଯୋଗରେ ନଫିସାଙ୍କ ମୃତଦେହ ଦୀର୍ଘ ୬ଦିନ ପରେ ଘରକୁ ଫେରିଛି । ଶ୍ରମ ବିଭାଗର ଏଭଳି ଉଦାସୀନତାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking