30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଚ୍ୟାରିଟି ପାଇଁ ଉଲଗ୍ନ ହୋଇ ରାସ୍ତାରେ ସାଇକେଲ ଚଲାଇଲେ ମହିଳା

ଚ୍ୟାରିଟି ପାଇଁ ଉଲଗ୍ନ ହୋଇ ରାସ୍ତାରେ ସାଇକେଲ ଚଲାଇଲେ ମହିଳା

ଲଣ୍ଡନ : ଆତ୍ମହତ୍ୟା ମଧ୍ୟ ଏକ ମାନସିକ ରୋଗ ଏହାକୁ ଦୁର କରିବା ପାଇଁ ଓ ଏହାର ନିରାକରଣ ପାଇଁ ଲଣ୍ଡନର ଜଣେ ମହିଳା ଉଲଗ୍ନ ହୋଇ ୧୦ କି.ମି ସାଇକେଲ ଚଲାଇଛନ୍ତି । ଲକଡ଼ାଉନ ସମୟରେ ବହୁତ ଲୋକ ମାନସିକ ରୋଗରେ ପିଡ଼ୀତ ହେଉଥିବା ଦେଖିବାକୁ ମିଳିଛି । ଏହି ପରୀପ୍ରେକ୍ଷୀରେ ଘରେ ରହି ମାନସିକ ରେଗୀଙ୍କ ପାଇଁ କିଛି କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଲଣ୍ଡନର କେରି ବାର୍ନସ । କିନ୍ତୁ ଟଙ୍କାର ଅଭାବ ଥିବାରୁ ସେ କିପରି ଟଙ୍କା ଯୋଗାଡ଼ କରିବେ ଭାବୁଥିଲେ । ତାଙ୍କ ଘର ସହଯୋଗୀ ତାଙ୍କୁ ଏପିରି ଉଲଗ୍ନ ହୋଇ ସାଇକେଲ ଚଳାନ୍ତୁ ବୋଲି ଏମିତି ହସରେ କହିଦେଇଥିଲେ । ଏହା କେରିଙ୍କୁ ଏକ ଭଲ ଉପାୟ ମନେ ହୋଇଥିଲା । ତେଣୁ ସେ ଏହି ଚ୍ୟାଲେଞ୍ଜକୁ ନେବାକୁ ପ୍ରସ୍ତୁତ ହୋଇଥିଲେ ।
ଏକ ସାକ୍ଷାତକାରକୁ ଯୋଗ ଦେଇ କେରି କହିଛନ୍ତି ସେ ସବୁବେଳେ ମାନସିକ ରୋଗୀଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ । କାରଣ ମାନସିକ ରୋଗୀ ମାନେ ନିଜ ଜୀବନର ସବୁଠୁ କଷ୍ଟ ରାସ୍ତାଦେଇ ଗତି କରିଛନ୍ତି ତେଣୁ ତାଙ୍କ ପାଇଁ କେରିଙ୍କ ମନରେ ସବୁବେଳେ ଦୟାଭାବ ରହିଛି । ଏହି ମାନସିକ ରୋଗକୁ ନେଇ ଆତ୍ମହତ୍ୟା ମଧ୍ୟ ବଢିଯାଇଛି । ବିଶେଷ କରି ଯେବେଠୁ ୨ୟ ଲକଡ଼ାଉନ ଆରମ୍ଭ ହୋଇଥିଲା । ତାଙ୍କର ନିଜ ଜଣେ ସଂମ୍ପର୍କିୟ ମଧ୍ୟ ବାରବାର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ତେଣୁ ଏହି କାର୍ଯ୍ୟ କରି ସେ ଟଙ୍କା ଯୋଗାଡ଼ ପରେ ମାନସିକ ରୋଗୀ ମାନଙ୍କ ଚିକିତ୍ସା ପାଇଁ କିଛି କରିପାରିବେ । ଏହାକୁ ନେଇ କେରିଙ୍କ ପରିବାର ,ସଂମ୍ପର୍କିୟ ଓ ଗଣ ମାଧ୍ୟମରେ ମଧ୍ୟ ପ୍ରଶଂସା କରିଥିଲେ । ଲଣ୍ଡନରେ ବହୁତ ଥଣ୍ଡାଥିବାରୁ କେରିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲ । କିନ୍ତୁ ଏପରି ଏକ ଅଲଗା କାମ କରି ସେ ଖୁସୀ ଅଛନ୍ତି ବୋଲି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking