43 C
Bhubaneswar
Tuesday, April 16, 2024
Homeଓଡିଶାଯନ୍ତ୍ରଣା ଅସହ୍ୟ ହେବାରୁ ପେଟ କାଟିଦେଲେ ମହିଳା

ଯନ୍ତ୍ରଣା ଅସହ୍ୟ ହେବାରୁ ପେଟ କାଟିଦେଲେ ମହିଳା

ଅନୁଗୁଳ : ବୁଧବାର ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହି ପାଖ ସାପଘରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଯନ୍ତ୍ରଣା ଅସହ୍ୟ ହେବାରୁ ଜଣେ ମହିଳା ତାଙ୍କ ପେଟକୁ ବ୍ଲେଡ୍‌ରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ସୂଚନା ଅନୁଯାୟୀ, ସାପଘରା ଗାଁର ସୁରେଶ ରଣାଙ୍କ ପତ୍ନୀ ଊର୍ମିଳା ରଣା (୫୫) କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଊର୍ମିଳାଙ୍କ ସ୍ବାମୀ କହିବା ମୁତାବକ, ଦୁଇ ବର୍ଷ ତଳେ ତାଙ୍କ ଛାତି ଓ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଯନ୍ତ୍ରଣା ବଢ଼ିବାରୁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେହି ସମୟରେ ଡାକ୍ତର କ୍ୟାନସରରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ। ଏହାପରେ ସୁରେଶ ପତ୍ନୀ ଊର୍ମିଳାଙ୍କ ଚିକିତ୍ସା କରାଇ ଆସୁଛନ୍ତି। ତାଙ୍କ ମୁଣ୍ଡର ଏକ ମାଂସ ପିଣ୍ଡୁଳା ବୃଦ୍ଧି ପାଉଛି। ସେ କ୍ୟାନସର ଓ ମୁଣ୍ଡର ମାଂସ ପିଣ୍ଡୁଳା ବଢ଼ିବା ଯୋଗୁ ଯନ୍ତ୍ରଣା ଭୋଗୁଛନ୍ତି। ହେଲେ ବୁଧବାର ଯନ୍ତ୍ରଣା ଅସହ୍ୟ ହେବାରୁ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ବୁଧବାର ଅପରାହ୍ଣରେ ଘରେ କେହି ନଥିବାବେଳେ ଜୀବନ ହାରିବା ପାଇଁ ଏକ ବ୍ଲେଡ୍‌ରେ ଊର୍ମିଳା ତାଙ୍କ ପେଟକୁ କାଟି ଦେଇଥିଲେ। ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି‌ଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking