31.1 C
Bhubaneswar
Friday, March 29, 2024
Homeଅପରାଧମହିଳା କ୍ରିକେଟରଙ୍କ ସାଥିରେ କ୍ରିକେଟ୍ ପ୍ରଶିକ୍ଷକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ମହିଳା କ୍ରିକେଟରଙ୍କ ସାଥିରେ କ୍ରିକେଟ୍ ପ୍ରଶିକ୍ଷକ ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ : ପୁଡୁଚେରିର ଜଣେ କ୍ରିକେଟ୍ ପ୍ରଶିକ୍ଷକ ୧୬ ବର୍ଷୀୟା ମହିଳା କ୍ରିକେଟରଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ କ୍ରିକେଟ୍ ଖେଳାଳି ସହ ପ୍ରଶିକ୍ଷକ ଥିବା ଅଭିଯୁକ୍ତ ଜଣକ ସଂପୃକ୍ତ ମହିଳା କ୍ରିକେଟରଙ୍କ କାନ୍ଧ, ଛାତି ଏବଂ ପିଠିରେ ଅନୁପଯୁକ୍ତ ଭାବରେ ସ୍ପର୍ଶ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ କ୍ରିକେଟ୍ ଆସୋସିଏସନ୍ ଅଫ୍ ପୁଡୁଚେରିର ଚାରି ଜଣ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଚି । ସିଏପିର ଏହି ଚାରିଜଣ ପ୍ରତିନିଧି ଅଭିଯୁକ୍ତ କୋଚ୍‌ଙ୍କୁ ମହିଳା କ୍ରିକେଟରଙ୍କ ପାଇଁ ତାଲିମ ଅଧିବେଶନ ଆୟୋଜନ କରିବାକୁ ଅନୁମତି ଦେଇଥିଲେ । ଅନ୍ୟପକ୍ଷରେ ପୀଡ଼ିତା ଜଣକ ଘଟଣା ସଂପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ସେମାନେ ଅଭିଯୁକ୍ତ କୋଚ୍‌ଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ମେଟୁପାଲାୟମ୍ ପୋଲିସ ଚାଇଲ୍‌ଡଲାଇନ୍ ଦ୍ୱାରା ଏହି ଯୌନ ଉତ୍ପୀଡ଼ନ ସଂପର୍କରେ ଅଭିଯୋଗ ପାଇଥିଲା । ଅଭିଯୋଗ ହୋଇଥିଲା ଯେ ବରିଷ୍ଠ ଖେଳାଳି ତଥା କୋଚ୍ ପୀଡ଼ିତା ମହିଳା କ୍ରିକେଟରଙ୍କୁ ଅନୁପଯୁକ୍ତ ଭାବରେ ସ୍ପର୍ଶ କରି ତାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିଲେ । ଏପରିକି ପୀଡ଼ିତା ମହିଳା କ୍ରିକେଟରଙ୍କୁ ଅଭିଯୁକ୍ତ କୋଚ୍ ଫୋନ୍‌ରେ ଅଶାଳୀନ ମେସେଜ୍ ପଠାଇବା ସହ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ ପ୍ରସ୍ତାବକୁୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ସେ ତାଙ୍କୁ ତାଲିମ ଦେବେ ନାହିଁ । କୋଚ୍‌ଙ୍କ ଯୌନ ଉତ୍ପୀଡ଼ନ କ୍ରମେ ଅସହ୍ୟ ହେବାରୁ ପୀଡ଼ିତା ଅନୋନ୍ୟପାୟ ହୋଇ ଘଟଣା ସଂପର୍କରେ ଚାଇଲଡ୍‌ଲାଇନ୍‌ରେ ଜଣାଇବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜ୍ଜୁକରି ଘଟଣା ସଂପର୍କରେ ତଦନ୍ତ କଲାପରେ ଗତକାଲି ଅଭିଯୁକ୍ତ କୋଚ୍‌ଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking