40.1 C
Bhubaneswar
Thursday, April 25, 2024
Homeଲାଇଫ୍ ଷ୍ଟାଇଲ୍ଗର୍ଭାବସ୍ଥାରେ ପିଅନ୍ତୁ ଏହି ହର୍ବାଲ ଚା’

ଗର୍ଭାବସ୍ଥାରେ ପିଅନ୍ତୁ ଏହି ହର୍ବାଲ ଚା’

ଭୁବନେଶ୍ୱର: ଚା ଏକ ଏମିତି ଜିନିଷ ଯାହାକୁ ସମସ୍ତେ ପସନ୍ଦ କରନ୍ତି । ହେଲେ ଆପଣ ଯଦି ଗର୍ଭବତୀ, ତେବେ ଚା ପିଇବାକୁ ନେଇ ଆପଣ ଟିକେ ସତର୍କ ହେବା ଦରକାର । ଚା ରେ ଥିବା କ୍ୟାଫେନ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଏମିତିରେ ଆପଣ ନିଜ ରେଗୁଲାର ଚା କୁ ହର୍ବାଲ ଚା ରେ ବଦଳାଇପାରିବେ । ଏହି ଚା ପିଇବା ଦ୍ୱାରା ଗର୍ଭବତୀ ମହିଳା ଙ୍କ ପାଇଁ ଲାଭଦାୟକ ହୋଇଥାଏ ।
ଅଦା ଚା
ଅଦା ଏକ ଏମିତି ଜିନିଷ ଯାହା ହାର୍ଟବର୍ନ ଆଦି ଦୂର କରିଥାଏ । ଏହା ସହ ଗର୍ଭବତୀ ମହିଳାଙ୍କୁ ମଧ୍ୟ ତାଜା ରଖିଥାଏ । ସ୍ତନ୍ୟପାନ କରାଉଥିବା ମହିଳା ବି ଏହି ଚା ନିଜ ଲାଇଫ ଷ୍ଟାଇଲରେ ସାମିଲ କରିବା ଉଚିତ୍ ।

ପୋଦିନା ଚା

ଅଧିକାଂଶ ମହିଳାଙ୍କର ସକାଳର ଅସୁସ୍ଥତା, ହୃଦଘାତ ଏବଂ ଗର୍ଭାବସ୍ଥାରେ ବାନ୍ତି ଭଳି ସମସ୍ୟା ରହିଥାଏ । ସେମାନେ ଏହି ଚା ପିଇବା ଉଚିତ୍ ।  ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ତଥ୍ୟ ଅନୁସାରେ ପ୍ରତ୍ୟହ ସକାଳେ ପୋଦିନା ଚା’ ପିଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଅମ୍ଳରୋଗୀଙ୍କ ପାଇଁ ଏହା ଏକ ମହୌଷଧି ହୋଇଥିଲାବେଳେ ଓଜନ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟକ। ପେଟର ଚର୍ବି କମ୍ କରିବାକୁ ଚାହୁଁଥିବା ଲୋକେ ପୋଦିନା ଚା’ ପିଇବା ଉଚିତ। ପୋଦିନାରେ ଥିବା ମେନ୍ଥଲ, ମେଥୋନ୍, ମିଥାଇଲ ଆସିଟେଟ୍ ଆଦି ତତ୍ତ୍ବ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ପୋଦିନା ଚା’ ପେଟ ସଫା ରଖିବା ସହ ମସ୍ତିଷ୍କକୁ ଶାନ୍ତ ରଖିଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking