30.1 C
Bhubaneswar
Wednesday, April 24, 2024
Homeଓଡିଶାରୋଷେଇ କରୁଥିବା ସମୟରେ ଜୀବନ୍ତ ଦଗ୍ଧ ହେଲେ ନବବିବାହିତା

ରୋଷେଇ କରୁଥିବା ସମୟରେ ଜୀବନ୍ତ ଦଗ୍ଧ ହେଲେ ନବବିବାହିତା

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ସେରପୁର ଗାଁରେ ଅଘଟଣ ଘଟିଛି । ରୋଷେଇ ବେଳେ ଅଗ୍ନିକାଣ୍ଡ ଘଟି ଜଣେ ନବବିବାହିତା ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ତାଙ୍କୁ ରକ୍ଷା କରିବାକୁ ଯାଇ ମହିଳାଙ୍କ ସ୍ବାମୀ ବି ଗୁରୁତର ହୋଇଥିବା ଜଣାଯାଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ସ୍ୱାମୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଆଜି ଭୋରୁ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସେରପୁର ଗାଁରେ ଘରେ ନିଆଁ ଲାଗିଯିବାରୁ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଜୀବନ୍ତ ଦଗ୍ଧ ହୋଇଥିବା ମୃତ ମହିଳା ହେଲେ ସରୋଜିନୀ ପରିଡା । ମହିଳାଙ୍କ ସ୍ୱାମୀଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ୩ ବଖରା ଘର ସହ ସବୁ ଜିନିଷ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ଏହାପରେ ଉଭୟଙ୍କୁ ସ୍ଥାନୀୟ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ସରୋଜିନୀ ପରିଡ଼ାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଏବେ ଅନ୍ତର୍ଯ୍ୟାମୀ ପରିଡ଼ା ଚିକିତ୍ସିତ ହେଉଛନ୍ତି । ଅଗ୍ନିକାଣ୍ଡରେ ୩ ବଖରା ଘର ସହ ସବୁ ଜିନିଷ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଭଦ୍ରକ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୭ ମାସ ପୂର୍ବେ ଏହି ଦମ୍ପତିଙ୍କ ବିବାହ ହୋଇଥିବା ବେଳେ ଏପରି ଘଟଣା ଯୋଗୁ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking