33.1 C
Bhubaneswar
Thursday, April 25, 2024
Homeଅପରାଧଦେହରେ ନିଆଁ ଲଗାଇ ଜଳିଗଲେ ମହିଳା

ଦେହରେ ନିଆଁ ଲଗାଇ ଜଳିଗଲେ ମହିଳା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଛେମୁଣ୍ଡା ଗାଁର କ୍ଷମାନିଧି ନାଏକଙ୍କ ଧର୍ମପତ୍ନୀ ପ୍ରେମଶୀଳା ନାଏକ (୫୩) ଦେହରେ କିରାସିନି ଢାଳି ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଗାଁରେ ସନ୍ଦେହ କରାଯାଉଛି । ପୁଲିସ ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପୁଲିସ ଖବର ପାଇ ମୃତଦେହ ଉଦ୍ଧାର କରି କୁଚିଣ୍ଡାକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ସୂଚନା ଅନୁଯାୟୀ, ଛେମୁଣ୍ଡା ଗାଁର ପ୍ରେମଶୀଳା, ସ୍ୱାମୀ କ୍ଷମାନିଧି ଓ ପୁଅ ବୋହୁ ସହ ରହି ଆସୁଥିଲେ । ଆଜି ସକାଳୁ ଘର ପାଖରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଜାଣିଥିଲେ । ଏନେଇ ପରିବାର ଲୋକ ଜମନକିରା ଥାନାକୁ ଖବର ଦେଇଥିଲେ । ପୁଲସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିବା ସହ ମୃତଦେହ ଉଦ୍ଧାର କରିଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏ ସଂକ୍ରାନ୍ତରେ ଥାନା ଅଧିକାରୀ ବାଳକୃଷ୍ଣ କହଁରଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କିରୋସିନିରେ ପୋଡ଼ି ଆତ୍ମହତ୍ୟା ନାଁ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking