38.8 C
Bhubaneswar
Friday, April 19, 2024
Homeଅପରାଧଜମି ବିବାଦକୁ ନେଇ ଲଙ୍କାକାଣ୍ଡ

ଜମି ବିବାଦକୁ ନେଇ ଲଙ୍କାକାଣ୍ଡ

ଲକ୍ଷ୍ନୌ : ଜମି ବିବାଦକୁ ନେଇ ଲଙ୍କାକାଣ୍ଡ । ସମ୍ପର୍କର ମଧ୍ୟ ସମ୍ମାନ ରଖିଲେନି । ମହିଳାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ଅସଦାଚରଣ କଲେ ପରିବାର ଲୋକ । ଉତ୍ତରପ୍ରଦେଶର ବାନ୍ଦାର ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ଦିଆଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ମହିଳା ଏବଂ ଯୁବକ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବରେ ମାଡ ମାରୁଥିବା ଦେଖିବାକୁ ମିଳୁଛି । ମହିଳାଙ୍କୁ ମାଡ଼ ମାରି ମନ ଶାନ୍ତି ହେଲାନି ଯେ ଚୁଟି ଟାଣିବା ସହିତ ସର୍ବସମ୍ମୁଖରେ ଶାଢ଼ି ମଧ୍ୟ ଚିରି ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଢ଼ାଳି ଦେଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି ।

ବାନ୍ଦା ଜିଲ୍ଲାର ତିନ୍ଦୱାରୀ ଗାଁରେ ଏପରି ଅମାନବୀୟ ଘଟଣା ଘଟିଛି । ମହିଳାଙ୍କୁ ତାଙ୍କ ପରିବାର ସଦସ୍ୟ ହିଁ ମାଡ ମାରିଛନ୍ତି । ଜମି ବିବାଦ ପାଇଁ ଏହି ଘଟଣା ଘଟିଛି। ତେବେ ମାଡ଼ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ତାଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଢ଼ାଳି ଦେଇଥିବା ମଧ୍ୟ ସେ କହିଛନ୍ତି । ବହୁକଷ୍ଟରେ ସେ ଅଭିଯୁକ୍ତଙ୍କ ପାଖରୁ ମୁକୁଳିଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କଷ୍ଟେମଷ୍ଟେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ହେଲେ ପୋଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ତେବେ ବର୍ତ୍ତମାନ ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏବେ ପୂରା ଘଟଣାର ତଦନ୍ତ କରାଯାଇ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking