28.1 C
Bhubaneswar
Friday, March 29, 2024
Homeଅପରାଧମହିଳାଙ୍କୁ ମାଡ ମାରିବା ଘଟଣା: ୨ ଗିରଫ

ମହିଳାଙ୍କୁ ମାଡ ମାରିବା ଘଟଣା: ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାଙ୍କୁ ଗୋଡେଇ ଗୋଡେଇ ଅମାନୁଷିକ ଭାବେ ମାଡ ମାରିବା ଘଟଣାରେ ୨ ଗିରଫ । ଗଣମାଧ୍ୟମରେ ଏହି ଘଟଣା ପ୍ରଚାର ହେବା ପରେ ଏବେ ପୋଲିସର ନିଦ ଭାଙ୍ଗିଛି । ଏହି ଘଟଣାରେ ଉକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟ ଯେ,ଗତକାଲି ବନ୍ଦୁସାଗର ଅଞ୍ଚଳରେ ଅପରାହ୍ଣ ୫ଟାରେ ସବିତା ସେଠି ନାମକ ମହିଳାଙ୍କୁ ତରଙ୍ଗ କ୍ଲବର କିଛି ଯୁବକ ନିସ୍ତୁକ ମାଡ଼ ମାରିଛନ୍ତି । ମହିଳା ଜଣଙ୍କ ତାଙ୍କ ପୁଅକୁ ଟ୍ୟୁସନରୁ ନେଇ ଆସିବା ସମୟରେ ଯୁବକମାନେ ତାଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଜମି ଜମା ବିବାଦକୁ ନେଇ ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଏହି ଯୁବକମାନେ ପ୍ରଥମେ ବଚସା ପରେ ମହିଳାଙ୍କୁ ମାଡ ଧକ୍କା, ଚାପୁଡା ସହ ଗୋଇଠା ବି ମାରୁଛନ୍ତି । ମହିଳା ଜଣଙ୍କ ତଳେ ପଡିଗଲା ପରେ ବି ତାଙ୍କୁ ଛାଡିନାହାନ୍ତି । ଏପରିକି ମାଡ଼ରୁ ବର୍ତ୍ତିବା ପାଇଁ ମହିଳା ଜଣଙ୍କ ବିକଳରେ ଜଣଙ୍କ ଘର ଭିତରକୁ ପଶି ଯାଇଥିଲେ । ପରେ ସଙ୍ଘବଦ୍ଧ ଆକ୍ରମଣ ନେଇ ଲିଙ୍ଗରାଜ ଥାନାରେ ସେ ଏତଲା ଦେଇଛନ୍ତି ।
https://onakhabar.com/2020/03/11/women-beat-up-on-highways-in-the-capital/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking