39.2 C
Bhubaneswar
Thursday, April 18, 2024
Homeକରୋନାଟିକା ନନେବାରୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ମନା କରିଦେଲେ ଡାକ୍ତର, କାରଣ କ’ଣ ଜାଣନ୍ତୁ....

ଟିକା ନନେବାରୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ମନା କରିଦେଲେ ଡାକ୍ତର, କାରଣ କ’ଣ ଜାଣନ୍ତୁ….

ନୂଆଦିଲ୍ଲୀ: ଆମେରିକାରେ କରୋନାର ନୂତନ ଲହର ତାଣ୍ଡବ ରଚିଛି । ତେଣୁ ଦେଶରେ କଟକଣାକୁ କଡ଼ାକଡ଼ି କରାଯାଇଛି । ଏଭଳି ପରିସ୍ଥିତିରେ ଟିକାକରଣକୁ ଜୋରଦାର୍ କରାଯାଇଛି । ଇତି ମଧ୍ୟରେ ଆମେରିକାର ବୋଷ୍ଟନ୍ ସହରରେ ଥିବା ଏକ ହସ୍ପିଟାଲରେ ଜଣେ ରୋଗୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରିବାକୁ ଡାକ୍ତର ମାନେ ମନା କରିଦେଇଛନ୍ତି । ଆଉ ଏହାର କାରଣ ହେଲା, ରୋଗୀ ଜଣକ କୋଭିଡ୍ ଟିକା ନେବାକୁ ମନା କରିଦେଇଥିଲେ । ଅନ୍ୟପଟେ ଆମେରିକାରେ ଗମ୍ଭୀର ରୋଗୀଙ୍କର ଟିକାକରଣକୁ ନେଇ ବିବାଦ ଜାରି ରହିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, କ’ଣ ଟିକାକରଣ ରୋଗୀଙ୍କ ଜୀବନ ବଞ୍ଚାଇବା ଠାରୁ ଅଧିକ ଜରୁରୀ? ଏହି ମାମଲାରେ ରୋଗୀଙ୍କ ପରିବାର ଲୋକଙ୍କ କହିବା କଥା ଯେ, କୌଣସି ଲୋକର ଜୀବନ ସଙ୍କଟରେ ଥିବା ସମୟରେ ଟିକା ଦେବା ନେଇ ବାଧ୍ୟ କରିବା ଉଚିତ୍ ନୁହେଁ ବରଂ ତାକୁ ବଞ୍ଚାଇବା ଅଧିକ ଜରୁରୀ । ପରିବାର ଲୋକେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରୋଗୀଙ୍କ ନାମ ହେଉଛି ଡିଜେ ଫଗ୍ୟୁର୍ସନ୍‌(୩୧) । ଏହି ମାମଲା ବୋଷ୍ଟନରେ ଥିବା ବ୍ରିଘମ୍ ଆଣ୍ଟ୍ ୱୁମେନ୍ସ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଛି । ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହିତ ଡିଜେଙ୍କ ଚିକିତ୍ସା ପାଇଁ ଆର୍ôଥକ ସହାୟତା ପାଇଁ ଅପିଲ୍ କରିଛନ୍ତି । ପରିବାର ଲୋକେ କହିଛନ୍ତି ଯେ, ଏହା ହେଉଛି ଆମ ପାଇଁ କଠିନ ସମୟ । ଏହା କେବଳ ରାଜନୈତିକ ମାମଲା ନୁହେଁ ବରଂ ଲୋକଙ୍କୁ ବିକଳ୍ପ ଦେବା ଦରକାର । ଡିଜେଙ୍କ ମାଆ କହିଛନ୍ତି ଯେ, ଆମେ ଟିକାକରଣକୁ ବିରୋଧ କରୁନାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking