ରହସ୍ୟମୟ କୂଅ

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହା ଆଜି ବି ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି । ଏମିତି ହିଁ ଏକ ସ୍ଥାନ ପର୍ତୁଗାଲର ସିନ୍ତାରାରେ ରହିଛି । ତେବେ ସେଠାରେ ଏକ ରହସ୍ୟମୟ କୂଅ ରହିଛି, ଯାହା  ଭିତରୁ ସବୁବେଳେ ଏକ ଭିନ୍ନ ଧରଣର କିରଣ ଆସିଥାଏ । ବୈଜ୍ଞାନିକମାନେ ଆଜି ବି ଏହାର ରହସ୍ୟ ଉପରୁ ପରଦା ଉଠାଇପାରିନାହାନ୍ତି । ଏହି କୂଅକୁ ଲୋକେ ୱିଂସି ୱେଲ କହିଥାନ୍ତି । କୁହାଯାଏ, ଏହି କୂଅ ଲୋକଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିଥାଏ । ଏହି କାରଣ ପାଇଁ ସେମାନେ ଲୋକେ ୱିଂସି ୱେଲ ଭିତରେ ପଇସା ପକାଇ କିଛି ମନୋକାମନା ମାଗିଥାନ୍ତି । ତେବେ ସେମାନଙ୍କୁ ସେତିକି ବିଶ୍ୱାସ ଥାଏ ଯେ ସେମାନଙ୍କ ମନୋକାମନା ନିଶ୍ଚୟ ପୂରଣ ହେବ । ସାଧାରଣ ଭାବରେ ଦି ଆମେ ଦେଖିବା ତେବେ କୂଅର ବ୍ୟବହାର ଆମେ ପାଣି ସଂଚିତ କରି ରଖିବା ପାଇଁ କରିଥାଉ । ହେଲେ ଏହା ଦୁନିଆର ଏକ ଏମିତି କୂଅ, ଯାହାର ସ୍ଥାପନା ଧାର୍ମିକ ଦୀକ୍ଷା ସଂସ୍କାର ପାଇଁ କର।।ଇଥିଲା । ତେବେ ଏହା ସ୍ଥାପନାର ପ୍ରାମାଣିକ ଉଦ୍ଦେଶ୍ୟ ଆଜି ପର୍ଯ୍ୟନ୍ତ କେହି ବୁଝିାରିନାହାନ୍ତି । ଏହି କୂଅର ବଡ ବିଶେଷତ୍ୱ ହେଲା ଯେ, ଏହା ଭିତରୁ କିରଣ ଆସିଥାଏ । ଯାହା ସାଧାରଣ ଭାବରେ ସମ୍ଭବ ନୁହେଁ । କାରଣ ସେହି କୂଅ ମଧ୍ୟରେ କିରଣ ଆସିବାର ସେମିତି କିଛି ବ୍ୟବସ୍ଥା କର।।ଇନାହିଁ । ବଡ ବଡ ବିଦ୍ୱାନଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ର୍ଯ୍ୟନ୍ତ କେହି ବି ଏହି ରହସ୍ୟ ର ସତ୍ୟତା ଜାଣିବାରେ ଓକ୍ଷମ ହୋଇାରିନାହାନ୍ତି । ୪ ମହଲା ବିଶିଷ୍ଟ କୋଠାର ଉଚ୍ଚତା ପର୍ଯ୍ୟନ୍ତ ଏହାର ଗଭୀରତା ବୋଲି କୁହାଯାଏ।  ଏହି କୂଅରେ ଥିବା ମାଟି ତଳକୁ ଯେତେ ଯିବା ଚେଷ୍ଟା କରାଯାଏ, ତାହା ସେତିକି ଗଭୀର ହୋଇ ଯାଏ ବୋଲି କୁହନ୍ତି । ଏହି ସବୁ କାରଣ ପାଇଁ ଏହା ଏକ ରହସ୍ୟମୟ କୂଅ ନାମରେ ଖ୍ୟାତ ।

LEAVE A REPLY

Please enter your comment!
Please enter your name here