27.1 C
Bhubaneswar
Thursday, April 25, 2024
Homeଓଡିଶାଲଳିତ ନାୟକଙ୍କ ଆଶୁ ଆରୋଗ୍ୟ କାମନା ପୁର୍ବକ ଏକ୍ସନ କମିଟିର ଦୀପଦାନ

ଲଳିତ ନାୟକଙ୍କ ଆଶୁ ଆରୋଗ୍ୟ କାମନା ପୁର୍ବକ ଏକ୍ସନ କମିଟିର ଦୀପଦାନ

ବଲାଙ୍ଗିର,(ଦେବାଶିଷ ମିଶ୍ର) – ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ବିଶିଷ୍ଟ ସମାଜ ସେବି ଲଳିତ ନାୟକଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ପାଇଁ ଆଜି ସକାଳୁ ସ୍ତାନିୟ ପାଟଣେଶ୍ୱରୀ ମନ୍ଦିରରେ ବଲାଙ୍ଗିର ଏକ୍ସନ କମିଟି ତରଫରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରକାଶ ଯୋଗ୍ୟ ଯେ, ବିଗତ ଏକ ମାସ ହେଲା ଲଳିତ ନାୟକ ଅସ୍ଥିମଜ୍ଜା କର୍କଟରେ ପିଡିତ ହେବାପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରକାନାରେ ଏହାର ଚିକିତ୍ସା କରାଉଥିଲେ । କିନ୍ତୁ କିଛି ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଥିଲ।। ଦୁଇ ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ଖବର ପ୍ରକାଶ ପାଇଥିବା ବେଳେ ଗତ କାଲି ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହି ତାଙ୍କର ଆଶୁ ଆରୋଗ୍ୟ କାମନା ପୁର୍ବକ ସ୍ତାନୀୟ ପାଟଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସମୁହ ପ୍ରଦୀପ ପ୍ରଜ୍ୱଳନ ପାଇଁ ଡାକରା ଦେଇଥିଲେ । ଆଜି ସେହିକ୍ରମରେ ଅନୁଷ୍ଠାନ ର କାଯ୍ୟକର୍ତ୍ତାମାନେ ମନ୍ଦିର ପାଙ୍ଗଣରେ ଦୀପଦାନ କରି ଲଳିତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିନୋଦ କାଲସାଏ, ରିଲୁ ରଥ, ଗୋବିନ୍ଦ ଶତପଥି, ରବି ଖମାରି, ସନ୍ତୋଷ ପଟ୍ଟନାୟକ,ଲିକନ ସେଠ, ସଞ୍ଜୟ ସାହୁ, ଶଗରିକା ଗୁରୁ, ନିହାରିକା ମିଶ୍ରମ ସନ୍ତୋଷ ସାହୁ, ବିବେକ ସାହୁ, ଅସିମ ଭୋଇ ଓ ନିଳାଦ୍ରୀ ଦେହୁରି ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking