ରାଜ୍ୟରେ ବଢୁଛି ଶୀତ ; ୧୫ ତାପମାତ୍ରା ତଳେ ରାଜ୍ୟର ୧୭ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତ ଦିନକୁ ଦିନ ବଢିିବାରେ ଲାଗିଛି । ତେବେ ଏହିଭଳି ତାପମାତ୍ରାରେ ଆସନ୍ତା ୪ ଦିନ ଯାଏଁ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହା ସହ ଆଭ୍ୟନ୍ତରିଣ ଜିଲ୍ଲା ଗୁଡ଼ିକରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ ।
ତେବେ ସବୁଠୁ ଥଣ୍ଡା ସହର ଭାବେ ସୋନପୁର ୮.୮ ଡ଼ିଗ୍ରୀ ସେଲସିୟସରେ ରେକଡ଼ ସୃଷ୍ଟି କରିଛି । ଦାରିଙ୍ଗବାଡ଼ିରେ ୯ ଡ଼ିଗ୍ରୀ , ଅନୂଗୁଳରେ ୧୦ ,ବାରିପଦା ୧୨, କୋରାପୁଟ ୧୨.୪,କେନ୍ଦୁଝର ୧୨.୪ ,ଝାରସୁଗଡ଼ା ୧୩.୪ ,ସୁନ୍ଦରଗଡ଼ ୧୪ ,ବଲାଙ୍ଗୀର ୧୪ ,ତାଳଚେର ୧୪ , କଟକ ୧୪.୪ ,ବୌଦ୍ଧ ୧୪.୫ ,ଚାନ୍ଦବାଲି ୧୪.୮ ,ଟିଟିଲାଗଡ଼ ୧୫ .ଭୁବନେଶ୍ୱରରେ ୧୫.୪ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

 

LEAVE A REPLY

Please enter your comment!
Please enter your name here