37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଆଣ୍ଟାର୍କଟିକାରେ ଆରମ୍ଭ ହୋଇଛି ଶୀତ ଋତୁ, ଦେଖିବାକୁ ମିଳିବନି ସୂର୍ଯ୍ୟାଲୋକ

ଆଣ୍ଟାର୍କଟିକାରେ ଆରମ୍ଭ ହୋଇଛି ଶୀତ ଋତୁ, ଦେଖିବାକୁ ମିଳିବନି ସୂର୍ଯ୍ୟାଲୋକ

ଆଣ୍ଟାର୍କଟିକା: ଆଣ୍ଟାର୍କଟିକାରେ ଅସ୍ତ ହୋଇଗଲା ସୂର୍ଯ୍ୟ । ଆସନ୍ତା ୬ମାସ ପର‌୍ୟ୍ୟନ୍ତ ଏଠି ଦେଖିବାକୁ ମିଳିବନି ସୂର୍ଯ୍ୟାଲୋକ । ଆଣ୍ଟାର୍କଟିକାରେ ଅବସ୍ଥିତ କାନକୋର୍ଡିଆ ରିସର୍ଚ୍ଚ ସେଣ୍ଟରରେ ଥିବା ୧୨ ଜଣ ବୈଜ୍ଞାନିକ , ଏକ୍ସପ୍ଲୋରର ଏବଂ ଅନ୍ୟ କର୍ମଚାରୀ ଏବେ ଆସନ୍ତା ୬ମାସ ପର‌୍ୟ୍ୟନ୍ତ ଅନ୍ଧାରରେ ରହିବେ । କାହିଁକି ନା ଦୁନିଆର ସବୁ ସ୍ଥାନରେ ସୂର୍ଯ୍ୟ ଉଦୟ ହେବ କିନ୍ତୁ ଆଣ୍ଟାର୍କଟିକାର କାନକୋର୍ଡିଆରେ ସୂର‌୍ୟ୍ୟକୁ ଦେଖିବାକୁ ମିଳିବନି । ଆଣ୍ଟାର୍କଟିକାରେ ଆରମ୍ଭ ହୋଇଯାଇଛି ଶୀତ ଋତୁ , ଗତ ମେ’ ୧୨ ତାରିଖରେ ଶେଷ ଥର ପାଇଁ ଆଣ୍ଟାର୍କଟିକା ଆକାଶରେ ସୂର‌୍ୟ୍ୟ ଦେଖିବାକୁ ମିଳିଥିଲା । ୧୨ ତାରିଖରେ ସୂର‌୍ୟ୍ୟ ଅସ୍ତ ହୋଇଛି । ଶୀତ ଋତୁ ଆରମ୍ଭ ହୋଇଥିବାରୁ ଏଠାରେ ଆସନ୍ତା ୬ମାସ ଅନ୍ଧାର ରହିବ । ଆଉ ଏହି ଅନ୍ଧକାର ବୈଜ୍ଞାନିକଙ୍କ ପାଇଁ ବରଦାନ ସଦୃଶ । କାହିଁକି ନା, ଶୀତ ମୌସୁମୀରେ ଆଣ୍ଟାର୍କଟିକାରେ ଅଧିକରୁ ଅଧିକ ରିସର୍ଚ୍ଚ କରାଯାଇପାରିବ । ଆସନ୍ତା ୬ମାସ ପର‌୍ୟ୍ୟନ୍ତ ୟୁରୋପିଆନ୍ ସ୍ପେସ୍ ଏଜେନ୍ସି ଭିନ୍ନ ଭିନ୍ନ ପ୍ରକାରର ରିସର୍ଚ୍ଚ କରିବ ।
ସବୁଠୁ ବଡକଥା ହେଉଛି, ବର୍ତ୍ତମାନ ଆଣ୍ଟର୍କଟିକାରେ ତାପମାତ୍ରା ମାଇନସ୍ ୮୦ ଡିଗ୍ରୀ ସେଲସିୟସ ରହିଛି । ବର୍ତ୍ତମାନ ଏଠାକୁ ନା କେହି ଆସିପାରିବେ ନା ତ କେହି ଯାଇପାରିବେ । ଏପରିକି ଏଠାରେ କୌଣସି ଉଡା ଯାହାଜ ବି ପହଞ୍ଚିପାରିବ ନାହିଁ । ଆଣ୍ଟର୍କଟିକାର ବରଫ ପାହାଡ ଉପରେ କେବେଳ କାନକୋର୍ଡିଆ ରିସର୍ଚ୍ଚ ସେଣ୍ଟର ୧୨ଜଣ ବୈଜ୍ଞାନିକ ଏବଂ କର୍ମଚାରୀ ହିଁ ୬ମାସ ରାତି କାଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking