28.1 C
Bhubaneswar
Wednesday, April 24, 2024
Homeଲାଇଫ୍ ଷ୍ଟାଇଲ୍ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ ମେଥିପତ୍ର

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ ମେଥିପତ୍ର

ଭୁବନେଶ୍ୱର: ସାଧାରଣତଃ ଶୀତଦିନରେ ଆମେ ବିଭିନ୍ନ ପ୍ରକାରର ପନିପରିବା ଦେଖିବାକୁ ପାଇଥାଉ । ଆଉ ପ୍ରତି ଘରମାନଙ୍କରେ ମେଥି ପତ୍ରର ବିଭିନ୍ନ ପ୍ରକାରରେ ବ୍ୟବହାର ମଧ୍ୟ କରାଯାଏ । କିଛି ଲୋକ ଆଳୁ ସହ ମେଥିର ତରକାରୀ ପ୍ରସ୍ତୁତ କରି ବି ଖାଆନ୍ତି । ଆଉ କିଛି ଜଣଙ୍କୁ ମେଥି ପରଟା ବି ପସନ୍ଦ ଲାଗିଥାଏ । ଆଉ କିଛି ଏହାର ଶାଗ ବି ଖାଆନ୍ତି । ତେବେ ମେଥି ମଂଜି ପରି ଏହାର ପତ୍ର ମଧ୍ୟ ଅନେକ ମାତ୍ରାରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତାହେଲେ ଚାଲନ୍ତୁ ଜାଣିବା, ଏହାକୁ ଆପଣ ନିଜ ଡାଏଟରେ କିଭଳି ସାମିଲ କରିପାରିବେ ।
ଡାଇବେଟିସ ରୋଗୀଙ୍କ ପାଇଁ- ମେଥି ପତ୍ର ଟାଇପ ୧ ଓ ଟାଇପ ୨ ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଇନସୁଲିନ ମାତ୍ରା ବଢାଇଥାଏ । ଏଥିରେ ରହିଥିବା ଫାଇବର ପାଇଁ ପାଚନ କ୍ରିୟା ମନ୍ଥର ଗତିରେ ହୋଇଥାଏ । ଯାହାଦ୍ୱାରା ଶରୀରରେ ସୁଗାର ଅବଶୋଷଣ ଜଲଦି ହୋଇନଥାଏ । ସେଥିପାଇଁ ମଧୁମେହ ରୋଗୀ ମେଥୀ ପତ୍ର ତରକାରୀ ନିହାତି ଖାଇବା ଦରକାର ।
କୋଲେଷ୍ଟ୍ରୋଲ କମ୍ କରେ- ମେଥି ପତ୍ର କୋଲେଷ୍ଟ୍ରୋଲ ଅବଶୋଷଣ କମ୍ କରିଥାଏ ଏବଂ ଲିଭରରେ କୋଲେଷ୍ଟ୍ରୋଲ ହେବାରୁ ରୋକିଥାଏ । ମଧୁମେହ ରୋଗୀଙ୍କ ସମେତ ଏଥେରୋସ୍କେରୋସିସ ରୋଗୀଙ୍କ ପାଇଁ ବି ଫାଇଦାକାରୀ ହୋଇଥାଏ । କିଛି ଗବେଷଣା ଅନୁସାରେ, ମେଥୀ ପତ୍ର ଶରୀରରେ ଭଲ କୋଲେଷ୍ଟ୍ରୋଲ ବଢାଇବା ସହ ଖରାପ କୋଲେଷ୍ଟ୍ରୋଲ କମାଇବାରେ ସାହାଯ୍ୟ କରିଥାଏ ।
ବ୍ରେଷ୍ଟମିଲ୍କ ସୃଷ୍ଟି କରେ-ଆମେ ସମସ୍ତେ ଜାଣିଛେ ଛୋଟ ଶିଶୁଙ୍କ ବିକାଶ ପାଇଁ ମା କ୍ଷୀର ଅତି ଜରୁରୀ ହୋଇଥାଏ । ମା କ୍ଷୀର ସୃଷ୍ଟି କରିବାରେ ମେଥି ପତ୍ର ସାହାଯ୍ୟ କରିଥାଏ । ସେଥିପାଇଁ ଡେଲିଭରି ହେବା ପରେ ମହିଳାଙ୍କୁ ମେଥି ପତ୍ର ଖାଇବାକୁ ପରାମର୍ଶ ଦିଆଯାଏ । ତରକାରୀ ବ୍ୟତୀତ ଏହାଦ୍ୱାରା ହର୍ବାଲ ଚା ମଧ୍ୟ ପ୍ରସ୍ତୁତ କରାଯାଇପାରିବ ।
ପୁରୁଷଙ୍କ ଠାରେ ଟେଷ୍ଟୋସେରୋନ ବୃଦ୍ଧି କରେ- ମେଥି ପତ୍ର ପୁରୁଷଙ୍କ ଶରୀରରେ ଟେଷ୍ଟୋସେରୋନ ବୃଦ୍ଧି କରିବାରେ ସାହାଯ୍ୟ କରେ । ମେଥିରେ ଫ୍ୟୁରୋଷ୍ଟାନୋଲିକ ସାପୋନିନ୍ସ ରହିଥାଏ, ଯାହା ଟେଷ୍ଟୋସେରୋନ ବୃଦ୍ଧି କରିବାରେ ସହାୟକ ହୁଏ ।
ହୃଦଘାତ ରୋଗୀଙ୍କ ପାଇଁ ଉପକାରୀ-ହୃଦଘାତ ରୋଗ ଥିବା ବ୍ୟକ୍ତି ନିୟମିତ ଭାବରେ ମେଥି ମଂଜି କିମ୍ବା ମେଥି ପତ୍ର ଖାଇବା ଉପକାରୀ ସାବ୍ୟସ୍ତ ହୋଇଥାଏ । ମେଥି ପତ୍ର ଜଡିବୁଟି ପରି କାମ କରିଥାଏ । ଯାହା ହାର୍ଟ ଆଟାକକୁ ରୋକିବା ଏବଂଷ୍ଟ୍ରୋକ ଆସିବା ପଲ୍ୱେ୍‌ଡ କ୍ଲଟ ରୋକିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking