39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଥଣ୍ଡା ସମୟରେ ଆଲର୍ଜି ସମସ୍ୟା ବଢିଗଲେ କ'ଣ କରିବେ

ଥଣ୍ଡା ସମୟରେ ଆଲର୍ଜି ସମସ୍ୟା ବଢିଗଲେ କ’ଣ କରିବେ

ନୂଆଦିଲ୍ଲୀ: ଥଣ୍ଡା ଦିନ ଆସିବା ମାତ୍ରେ ବ୍ୟକ୍ତିଙ୍କ ନିକଟରେ ଆଲର୍ଜି ସମସ୍ୟା ବଢିଯାଏ । ଏହି ସମୟରେ ଅଧିକାଂଶ ବ୍ୟକ୍ତିଙ୍କର ଶୁଖିଲା କାଶ, ଆଖି କୁଣ୍ଡାଇ ହେବା ଏବଂ ଥଣ୍ଡା ସର୍ଦ୍ଦି ହୁଏ । ଖାଇବା ପିଇବାରେ ବ୍ୟତିକ୍ରମ ମଧ୍ୟ ଆଲର୍ଜି ବଢିବା କାମ କରିଥାଏ । ସେହିଭଳି ଏମିତି କିଛି ଜିନିଷ ଅଛି ଯାହା ଏହାକୁ କମ୍ କରିଥାଏ । ତେବେ ଋତୁ ଅନୁସାରେ ହେଉଥିବା ଆଲର୍ଜିରୁ ରକ୍ଷା ପାଇବା ପାଇଁ ନିଜ ଡାଏଟରେ ଏହି ଜିନିଷ ସାମିଲ କରନ୍ତୁ । ଚାଲନ୍ତୁ ଜାଣିବା ସେହି ବିଷୟରେ ।
ଅଦା-ଆଲର୍ଜି ସମସ୍ୟାକୁ ଦୂର କରିବା ପାଇଁ ଅଦା ସବୁଠୁ ଗୁରୁତ୍ୱପୂଣ୍ଣ ର୍ ଭୂମିକା ଗ୍ରହଣ କରିଥାଏ । ଏଥିରେ ଓଷଧୀୟ ଗୁଣ ଭରି ରହିଥାଏ । ସେଥିପାଇଁ ଏହା ବିଭିନ୍ନ ପ୍ରକାର ଯନ୍ତ୍ରଣାରୁ ଉପଷମ ଦେଇଥାଏ । ଏଥିରୁ ମିଳୁଥିବା ଆଣ୍ଟି ଇମ୍ପେ୍ଲମେଟେରୀ ଗୁଣ ଆଲର୍ଜି ପାଇଁ ଉତ୍ତମ ଭାବରେ କାର୍ଯ୍ୟ କରିଥାଏ । ସେଥିପାଇଁ ଆପଣଙ୍କୁ ସର୍ବଦା ଏଥିରୁ ବର୍ତିବା ପାଇଁ ନିଜ ଡାଏଟରେ ଅଦା ସାମିଲ କରିବା ଦରକାର ।
ହଳଦୀ-ହଳଦୀ ମଧ୍ୟ ଆଲର୍ଜୀ କମ୍ କରିବା ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ହଳଦୀରେ ଏମିତି ଗୁଣ ରହିଥାଏ, ଯାହା ଇମ୍ପ୍ଲିମେସନ କମ୍ କରେ ।
ସ୍ୟାଲମନ ମଛଲୀ- ବହୁତ କମ୍ ଲୋକ ଜାଣନ୍ତି ଯେ, ସ୍ୟାଲମନ ମାଛ ବି ଆଲର୍ଜୀର ସମସ୍ତ ଲକ୍ଷଣକୁ କମ୍ କରିବାରେ ସହାୟକ ହୋଇଥାଏ । ସ୍ୟାଲମନ, ସାର୍ଡିନ ଓ ମ୍ୟାକେରଲ ଭଳି ଫ୍ୟାଟି ଫିସ୍ ଏସିଡ ଜରିଆରେ ଶରୀରରେ ଆଲର୍ଜି ସହ ଲଢିଥାଏ ।
ଟମାଟୋ-ଟମାଟୋରେ ବି ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ । ଏହା ବ୍ୟତୀତ ଟମାଟରେ ଆଲର୍ଜି ସହ ଲଢିବା ଭଳି ତତ୍ୱ ରହିଥାଏ । ଟମାଟରେ ରହିଥିବା ଲାଇକୋପିନ ଏକ ଆଣ୍ଟି ଅକ୍ସିଡାଣ୍ଟ ଭଳି ହୋଇଥାଏ । ଯାହା ଇମ୍ପ୍ଲିମେସନକୁ କମ୍ କରିଥାଏ ।
ରାଗ ଲାଗୁଥିବା ଖାଦ୍ୟ- ରାଗ ଓ ମସଲାଯୁକ୍ତ ଖାଦ୍ୟ ବି ଶରୀରରେ ଆଲର୍ଜିକୁ କମ୍ କରିଥାଏ । ଏଭଳି ଖାଦ୍ୟ ଖାଇବା ଦ୍ୱାରା ବନ୍ଦ ନାକ ମଧ୍ୟ ଖୋଲିଯାଏ ।
ମହୁ-ଋତୁ ଅନୁଯାୟୀ ହେଉଥିବା ଆଲର୍ଜି କମ୍ କରିବା ପାଇଁ ମହୁ ବହୁତ ଲାଭଦାୟକ ହୋଇଥାଏ । ଶରୀରକୁ ଭିତରୁ ଏହା ଗରମ ପ୍ରଦାନ କରେ । ମାତ୍ର ଏମିତି ବି ଅଛି, କିଛି ଲୋକଙ୍କୁ ମହୁ ଦ୍ୱାରା ଆଲର୍ଜି ହୋଇଥାଏ । ସେଥିପାଇଁ ଏହାର ସେବନ କରିବା ପୂର୍ବରୁ ଡାକ୍ତରଙ୍କ ସହ ସଂପର୍କ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking