34.1 C
Bhubaneswar
Friday, March 29, 2024
Homeଓଡିଶାଦଶହରା ଭସାଣିରେ ବନ୍ଦ ରହିବ ମଦ ଦୋକାନ ଓ ବାର

ଦଶହରା ଭସାଣିରେ ବନ୍ଦ ରହିବ ମଦ ଦୋକାନ ଓ ବାର

ଭୁବନେଶ୍ୱର : ଚଳିତବର୍ଷ ଦଶହରା ଭସାଣିରେ ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଥିବା ୧୮୭ଟି ମଦ ଦୋକାନ ଓ ବାର୍‌ଗୁଡ଼ିକୁ ବନ୍ଦ ରଖାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୬ତାରିଖରେ ହେବାକୁ ଥିବା ଭସାଣି ଉତ୍ସବକୁ ନିରାଡ଼ମ୍ବର ଏବଂ କୋଭିଡ୍ ଗାଇଡ୍‌ଲାଇନ ମୁତାବକ ପାଳନ କରିବାକୁ ପୂଜା କମିଟି ଗୁଡ଼ିକୁ କୁହାଯାଇଛି । ମଦ ଦୋକାନ ଖୋଲା ରହିଲେ କେଉଁଠି ଅପ୍ରତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଏଭଳି ନିଷ୍ପରି ନିଆଯାଇଥିବା ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ ନାୟକ କହିଛନ୍ତି ।

ପୁର୍ବରୁ କରୋନା ଗାଇଡଲାଇନ ଉଲଂଘନ ହେବା ଆଶଙ୍କାରେ ରାଜ୍ୟ ସରକାର ମର୍ତ୍ତି ଗୁଡିକର ଉଚ୍ଚତାକୁ ୪ ଫୁଟ ରଖିବାକୁ ନିଷ୍ପତି ନେଇଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନିଜର ନିଷ୍ପତିରେ ଅଟଳ ରହିଥିଲେ । ଏହା ପରେ ଘଟଣା ପହଞ୍ଚିଥିଲା ହାଇକୋର୍ଟଙ୍କ ନିକଟରେ । ତେବେ ସାରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking