26.1 C
Bhubaneswar
Thursday, October 6, 2022
Homeଦେଶ ବିଦେଶହେବ କି ଆଉ ଏକ ଯୁଦ୍ଧ? ଚୀନର ବିଶାଳ ମିଲିଟାରୀ ଡ୍ରିଲ୍, ତାଇଓ୍ଵାନକୁ ଘେରିଲାଣି ଚାରିପଟୁ

ହେବ କି ଆଉ ଏକ ଯୁଦ୍ଧ? ଚୀନର ବିଶାଳ ମିଲିଟାରୀ ଡ୍ରିଲ୍, ତାଇଓ୍ଵାନକୁ ଘେରିଲାଣି ଚାରିପଟୁ

ଚୀନ: ଚୀନର ବିଶାଳ ମିଲିଟାରୀ ଡ୍ରିଲ। ତାଇଓ୍ଵାନକୁ ଚାରିପଟୁ ଘେରିଲାଣି ଚୀନ । ତାଇଓ୍ଵାନରେ ଚୀନ ବଢ଼ାଇଲା ସାମରିକ ଅଭ୍ୟାସ । ଗର୍ଜିଲା ଚୀନର ଯୁଦ୍ଧ ବିମାନ। ହେବ କି ଆଉ ଏକ ଯୁଦ୍ଧ? ମୁହାଁମୁହିଁ ବିଶ୍ୱର ଦୁଇ ମହାଶକ୍ତି । ନାନସୀ ପେଲୋସିଙ୍କ ଗସ୍ତ ପରେ ଚୀନର ମିଲିଟାରୀ ଡ୍ରିଲସ୍‌ । ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ମିଲିଟାରୀ ଡ୍ରିଲସ୍‌ । ଉପକୂଳଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଏହି ସମରାଭ୍ୟାସ କରୁଛି ଚୀନ । ଘନେଇଲା ଚୀନ୍‌-ତାଇଓ୍ଵାନ୍‌ ଯୁଦ୍ଧ ଆଶଙ୍କା ।

ଆମେରିକା ହାଉସ୍‌ ସ୍ପିକର ନାନସୀ ପେଲୋସି ଗସ୍ତ ସାରି ଫେରିବା ପରେ ତାଇଓ୍ଵାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚୀନ୍‌ର ଜେଟ୍‌ । ୨୭ଟି ଲଢୁଆ ବିମାନ ପ୍ରବେଶ କରିଥିବା ନେଇ ତାଇଓ୍ଵାନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଭିତରେ ରହିଛି ୬ଟି J-11, ୫ଟି J-16 ଓ ୧୬ଟି ସୁଖୋଇ-୩୦ । ନାନସୀ ପେଲୋସିଙ୍କ ତାଇଓ୍ଵାନ ଗସ୍ତକୁ ଜୋରଦାର ବିରୋଧ କରିଥିଲା ଚୀନ୍‌ । ତାଗିଦ ସତ୍ତ୍ୱେ ତାଇପେଇରେ ଆସିଥିଲେ ଆମେରିକା ବାଚସ୍ପତି ।

ତାଇଓ୍ଵାନର ଉତ୍ତର, ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବର ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଗତିବିଧି ବଢ଼ାଇଲା ଚୀନ୍‌ ଆର୍ମି । ପିପୁଲ୍ସ ଲିବରେସନ୍‌ ଆର୍ମିର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ପକ୍ଷରୁ ମିଳିତ ସମରାଭ୍ୟାସ ଚାଲିଛି । ତାଇଓ୍ଵାନ ସୀମାନ୍ତ ଆକାଶରେ ଲଢୁଆ ଯୁଦ୍ଧ ବିମାନ ଉଡ଼ାଇଥିଲା ଚୀନ୍‌ । ପଇଁତରା ମାରିଥିଲେ ସୁଖୋଇ-୩୫, J-11, J-16, KJ-500 ଫାଇଟର ଜେଟ୍‌ । ଜଳସୀମାରେ ମୁତୟନ କରିଛି ଯୁଦ୍ଧପୋତ । ଆମେରିକା ଓ ତାଇଓ୍ଵାନଙ୍କୁ ଚେତେଇବା ସହ ଚୀନ୍‌ କହିଥିଲା, ଯିଏ ନିଆଁ ସହ ଖେଳିଛନ୍ତି ନିଆଁରେ ଜଳିଯିବେ । ଚୀନକୁ ଯେଉଁମାନେ ଅପମାନିତ କରିଛନ୍ତି ଦଣ୍ଡିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking