ନୂଆଦିଲ୍ଲୀ:‘ରନ୍ ମେସିନ୍’ ଭାବେ ଆଖ୍ୟାୟିତ ବିରାଟ କୋହଲିଙ୍କ ଫର୍ମ ଭାରତୀୟ କ୍ରିକେଟ୍ ପାଇଁ ଖୁବ୍ ଗୁରୁତ୍ୱ ରଖେ, ତାହା ସୀମିତ ଓଭର୍ ଫର୍ମାଟ୍ ହେଉ ବା ଟେଷ୍ଟ୍। ଗତ କିଛି ବର୍ଷ ହେଲା ବିରାଟ ଆଶାଜନକ ପ୍ରଦର୍ଶନ କରିପାରୁ ନାହାନ୍ତି। ଅବଶ୍ୟ ସେ ଦିନିକିଆ ଓ ଟି-୨୦ ଫର୍ମାଟ୍ରେ ଫର୍ମ ଫେରିପାଇଲେଣି; କିନ୍ତୁ ଟେଷ୍ଟ୍ କ୍ରିକେଟ୍ରେ ସେ ରନ୍ ପାଇଁ ସଂଘର୍ଷ କରୁଛନ୍ତି।
କେତେକ ପୂର୍ବତନ କ୍ରିକେଟର୍ ବିରାଟଙ୍କ ଫର୍ମକୁ ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦୀ ଅଛନ୍ତି; ହେଲେ ‘ରନ୍ ମେସିନ୍’ ରନ୍ ନ କରିବା ଦ୍ୱାରା ଟିମ୍କୁ ଯେଉଁ କ୍ଷତି ସହିବାକୁ ପଡ଼ୁଛି, ତାହାର ଭରଣା କିପରି ହେବ? ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ତାଙ୍କ ଠାରୁ ଟିମ୍ (ଯଦି ଯୋଗ୍ୟତା ହାସଲ କରେ) କ’ଣ ଆଶା କରିବ?
ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି ଚାଲିଛି। ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ପ୍ରଥମ ମ୍ୟାଚ୍ରେ ଭାରତ ଇନିଂସ୍ ଓ ୧୩୨ ରନ୍ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ଅଧିକାଂଶ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ; କିନ୍ତୁ ବିରାଟଙ୍କ ବ୍ୟାଟ୍ ଚାଲିଲାନି। ସେ ୨୬ ବଲ୍ରେ ମାତ୍ର ୧୨ ରନ୍ର ଇନିଂସ୍ ଖେଳିଥିଲେ।