37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଚାଇନାକୁ ଧମକାଇଲା ଆମେରିକା; କହିଲା- ତାଇୱାନକୁ ଏକ ଘରିଆ କରିପାରିବନି

ଚାଇନାକୁ ଧମକାଇଲା ଆମେରିକା; କହିଲା- ତାଇୱାନକୁ ଏକ ଘରିଆ କରିପାରିବନି

ନୂଆଦିଲ୍ଲୀ: ଟୋକିଓଗସ୍ତରେ ଥିବା ନାନ୍ସି ପେଲୋସି କହିଛନ୍ତି ଯେ, ଚାଇନା କେବେ ତାଇୱାନକୁ ଏକଘରିଆ କରିପାରିବ ନାହିଁ। ତାଇୱାନ୍-ଚାଇନା ବିବାଦ ମଧ୍ୟରେ ଧସେଇ ପଶିଥିବା ଆମେରିକାକୁ ନେଇ ଚାଇନା ଖପ୍ପା ହୋଇଥିବା ବେଳେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଆମେରିକାକୁ ଚେତାବନୀ ଦେବାକୁ ଯାଇ ତାଇୱାନ ବିରୋଧରେ ସମରସଜ୍ଜା ଆରମ୍ଭ କରିଥିବା ଚାଇନାକୁ ଆମେରିକା ଚେତାବନୀ ଦେଇଛି। ତାଇୱାନ୍ ପରେ ଏବେ ଜାପାନ ଗସ୍ତରେ ଥିବା ଆମେରିକାର ହାଉସ ସ୍ପିକର ନାନ୍ସି ପେଲୋସି ଚାଇନାର ନାଲି ଆଖିକୁ ଆମେରିକା ଡରେ ନାହିଁ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି। ଟୋକିଓଗସ୍ତରେ ଥିବା ନାନ୍ସି ପେଲୋସି କହିଛନ୍ତି ଯେ, ଚାଇନା କେବେ ତାଇୱାନକୁ ଏକଘରିଆ କରିପାରିବ ନାହିଁ। ତାଇୱାନ ସହ ଆମେରିକାର ଭଲ ସମ୍ପର୍କ ରହିଛି। ଏହାକୁ ଚାଇନା ଭଙ୍ଗ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଦ୍ୱୀପଦେଶ ତାଇୱାନ ଗସ୍ତ କରିବା ନାନ୍ସି ପେଲୋସି ହେଉଛନ୍ତି ପ୍ରଥମ ଆମେରିକା ସ୍ପିକର। ତାଙ୍କ ଗସ୍ତ ସମୟରେ ସେ ତାଇୱାର ଗଣତନ୍ତ୍ରର ସୁରକ୍ଷା କାଏମ ରହିବା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲିକହିଥିଲେ। ଯାହାକୁ ନେଇ ଚାଇନା ଖପ୍ପା ହୋଇ ତାଇୱାନକୁ ଘେରିବାକୁ ଉଦ୍ୟମ ଆରମ୍ଭ କରିଛି । ତେବେ ତାଇୱାନ୍ ପରେ ପେଲୋସି ଏବଂ ଆମେରିକା କଂଗ୍ରେସର ୫ ଜଣିଆ ସଦସ୍ୟ ସିଙ୍ଗାପୁର, ମାଲେସିଆ, ତାଇୱାନ୍ ଏବଂ ଦକ୍ଷିଣକୋରିଆ ଗସ୍ତ ପରେ ଗରୁବାର ଟୋକିଓରେ ପହଞ୍ଚିଛନ୍ତି। ସେପଟେ ଆମେରିକା ନେତାଙ୍କ ଗସ୍ତକୁ ନେଇ ଚୀନ୍ ଓ ତାଇଓ୍ୱାନ୍ ମଧ୍ୟରେ ବିବାଦ ତେଜୁଥିବାବେଳେ ଏହା ଭିତରକୁ ପଶି ଆସିଛି ଜାପାନ। ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍ର ଶରବ୍ୟ ହୋଇଛି। ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଜାପାନକୁ ଟାର୍ଗେଟ କରିଛି ଚୀନ୍ ସେନା । ଦକ୍ଷିଣଚୀନ୍ ସାଗରରେ ତାଇଓ୍ୱାନ ସୀମା ନିକଟରେ ସମରାଭ୍ୟାସ କରୁଥିବା ଚୀନ୍ ସେନା ପକ୍ଷରୁ ୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଛଡ଼ା ଯାଇଛି । ଏହି କ୍ଷେପଣାସ୍ତ୍ରଗୁଡ଼ିକ ଜାପାନର ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଞ୍ଚଳରେ ପଡ଼ିଛି ବୋଲି ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୋଉ କିଶି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking