29.1 C
Bhubaneswar
Wednesday, November 29, 2023
Homeବଲିଉଡଘୁଞ୍ଚିବ କି 'ଚନ୍ଦ୍ରମୁଖୀ-୨' ରିଲିଜ ଡେଟ ?

ଘୁଞ୍ଚିବ କି ‘ଚନ୍ଦ୍ରମୁଖୀ-୨’ ରିଲିଜ ଡେଟ ?

ମୁମ୍ବାଇ : ସେପ୍ଟେମ୍ବର ୭ରେ ରିଲିଜ ହୋଇଥିବା ଫିଲ୍ମ ‘ଜୱାନ’ ରିଲିଜ ହେବା ପରେ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି ।  ଫିଲ୍ମଟି ପ୍ରଥମ ଦିନରେ ହିଁ ବକ୍ସ ଅଫିସ୍ ରେ ୭୫ କୋଟି ଟଙ୍କା ଆୟ କରିଥିଲା ।  ତେବେ ‘ଜୱାନ’ର ସଫଳତା ଦେଖି ଅନ୍ୟ ଫିଲ୍ମ ନିର୍ମାତା ମାନେ ନିଜ ଫିଲ୍ମର ରିଲିଜକୁ ନେଇ ପଛଘୁଞ୍ଚା ଦେଉଥିବାର ଦେଖା ଯାଇଛି । ପ୍ରେକ୍ଷାଳୟ ଗୁଡ଼ିକରେ  ଫିଲ୍ମ ‘ଜୱାନ’ ଚାଲିଥିବା ବେଳେ କାଳେ ତାଙ୍କର ଫିଲ୍ମଟି ବକ୍ସ ଅଫିସ୍ ରେ ଭଲ ବ୍ୟବସାୟ ନକରିବ ଏହାକୁ ନେଇ ଦ୍ଵନ୍ଦରେ ପଡିଛନ୍ତି ଫିଲ୍ମ ‘ଚନ୍ଦ୍ରମୁଖୀ-୨’ର ନିର୍ଦ୍ଦେଶିକ ।  ଏହାକୁ ନେଇ କଙ୍ଗନା ରଣାୱତ ଏବଂ ରାଘବ ଲରେନ୍ସଙ୍କ ଅଭିନୀତ ଚଳଚ୍ଚିତ୍ର ଚନ୍ଦ୍ରମୁଖୀ-୨ ସହ ଜଡ଼ିତ ଏକ ଖବର ସାମ୍ନାକୁ ଆସୁଛି ।ସୂଚନା ଅନୁଯାୟୀ, କଙ୍ଗନା ରଣାୱତ ଏବଂ ରାଘବ ଲରେନ୍ସଙ୍କ ଅଭିନୀତ ଫିଲ୍ମ ‘ଚନ୍ଦ୍ରମୁଖୀ-୨’ର ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ହୋଇପାରେ ବୋଲି ଜଣାପଡିଛି । ଫିଲ୍ମର ନିର୍ମାତା ଏହା ପୂର୍ବରୁ ଘୋଷଣା କରିଥିଲେ ଯେ, ଚନ୍ଦ୍ରମୁଖୀ -୨ ସେପ୍ଟେମ୍ବର 19, 2023 ରେ ମୁକ୍ତିଲାଭ କରିବ। କିନ୍ତୁ ବର୍ତ୍ତମାନ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିପାରେ ବୋଲି ଆଲୋଚନା ହେଉଛି। ତେବେ ‘ଜୱାନ’କୁ ଏହାର କାରଣ ବୋଲି ଅନୁମାନ କରାଯାଉଛି । ଜୱାନର  ସଫଳତା ପାଇଁ ନିର୍ମାତାମାନେ ‘ଚନ୍ଦ୍ରମୁଖୀ ୨’ ଫିଲ୍ମର ରିଲିଜକୁ ସ୍ଥଗିତ ରଖୁବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ ଯଦି ନିର୍ମାତାମାନେ ସେପ୍ଟେମ୍ବର ୨୮ ରେ ଫିଲ୍ମ ରିଲିଜ୍ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ବକ୍ସ ଅଫିସରେ ‘ଫୁକରେ-3’ ପରି ଅନ୍ୟ ଚଳଚ୍ଚିତ୍ର ସହ ପ୍ରତିଯୋଗିତା ସାମ୍ନା କରିବାକୁ ହେବ । ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇନଥିବା ବେଳେ ସାରା ଦେଶରେ ‘ଚନ୍ଦ୍ରମୁଖୀ ୨’ର ପ୍ରମୋସନ ଜୋରସୋରରେ ଚାଲିଛି।  ତେବେ ପ୍ରଥମ ଥର ପାଇଁ କଙ୍ଗନା ରାଘବଙ୍କ ସହ ‘ଚନ୍ଦ୍ରମୁଖୀ-୨’ରେ ଗୋଟିଏ ସ୍କ୍ରିନ ସେୟାର କରିବେ । ଏହାସହ କଙ୍ଗନାଙ୍କୁ ପ୍ରଥମ ଥର ପାଇଁ ଏକ ଘୋଷ୍ଟ ବା ଭୁତ ଭୂମିକାରେ ଦେଖାଯିବ । ଏହି ଚଳଚ୍ଚିତ୍ର ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ଼ରେ ଭାଷାରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ କଙ୍ଗନା ଏବଂ ରାଘବଙ୍କ ସହ ଭାଡିଭେଲୁ, ରାଧୁକା ସରତ କୁମାର, ଲକ୍ଷ୍ମୀ ମେନନ୍, ମହିମା ନାମ୍ବିଆର୍, ସୃଷ୍ଟି ତାଙ୍ଗେ, ସୁବିକ୍ଷା କୃଷ୍ଣନ୍, ରବି ମାରିଆ, ଶ୍ରୀନିବାସନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ଚନ୍ଦ୍ରମୁଖୀ-୨’ର ପ୍ରଥମ ଭାଗ ପରି ଦ୍ବିତୀୟ ଭାଗକୁ ମଧ୍ଯ ପି.ବାସୁ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଫିଲ୍ମରେ ଏମ କାରଭାନୀ ମ୍ୟୁଜିକ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking