31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ2022ରେ ପୁଣି କ୍ଷମତାକୁ ଆସିବେ ଯୋଗୀ

2022ରେ ପୁଣି କ୍ଷମତାକୁ ଆସିବେ ଯୋଗୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ପୁଣି କ୍ଷମତାକୁ ଫେରିବା ନେଇ ଦୃଢୋକ୍ତି ବାଢ଼ିଛନ୍ତି । ଯୋଗୀ କହିଛନ୍ତି ଉତ୍ତରପ୍ରଦେଶରେ ଚାଲିଥିବା ଦୀର୍ଘ ୩୫ ବର୍ଷର ଅଭିଶପ୍ତ ପରମ୍ପରାକୁ ସେ ଭାଙ୍ଗି ଦେବେ । ଗତ ୩୫ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ଜଣେ ହେଲେ ମୁଖ୍ୟମନ୍ତ୍ରୀ ଦ୍ଵିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି । କିନ୍ତୁ ସେ ଏହି ପରମ୍ପରାକୁ ଭାଙ୍ଗିବେ ଏବଂ ୨୦୨୨ରେ ସେ ପୁଣିଥରେ କ୍ଷମତାକୁ ଫେରିବେ ବୋଲି ଗୁରୁବାର ଏକ କାର୍ଯ୍ୟକ୍ରମକରେ ଉଦ୍ବୋଧନ ଦେଇ ଯୋଗୀ ଏଭଳି ମନ୍ତବ୍ୟ ରଖିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ୩୫୦ରୁ କମ ଆସନ ପାଇବ ନାହିଁ ଏବଂ ଲଗାତାର ଦ୍ଵିତୀୟ ବାର ସରକାର ଗଠନ ନିଶ୍ଚିତ ବୋଲି ସେ କହିଛନ୍ତି । ଉଲ୍ଲେଖ ଯୋଗ୍ୟ- ସପା ସଭାପତି ଅଖିଲେଶ ଯାଦବ ନିକଟରେ କହିଥିଲେ ତାଙ୍କ ଦଳ ୪୦୦ ଆସନରେ ଜିତିବ । ଅଖିଳେଶଙ୍କ ଏହି ଟିପ୍ପଣୀ ବିରୋଧରେ ପ୍ରତିକ୍ରିୟା ରଖି ଯୋଗୀ କହିଛନ୍ତି, ଅଖିଲେଶ ଗଣନା କରି ଶିଖିନାହାନ୍ତି । ଲୁଟ ଏବଂ କୁଶାସନ ପାଇଁ ଜଣାଶୁଣା ଦଳମାନଙ୍କୁ ଏଥର ଭୋଟ ମିଳିବନହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking