23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଧାର କରଜକରି ଚାଷୀ କରିଥିବା ଚାଷୀଙ୍କ ଉପରେ ଦାଉ ସାଜୁଛନ୍ତି ଜଙ୍ଗଲୀ ବାରହା

ଧାର କରଜକରି ଚାଷୀ କରିଥିବା ଚାଷୀଙ୍କ ଉପରେ ଦାଉ ସାଜୁଛନ୍ତି ଜଙ୍ଗଲୀ ବାରହା

କେନ୍ଦ୍ରାପଡ଼ା: ଉପକୂଳବର୍ତ୍ତୀ ଅଞ୍ଚଳରେ ଲୁଣା ଜଙ୍ଗଲରୁ ହଜାର ହଜାର ସଂଖାରେ ଜଙ୍ଗଲୀ ବାରହ। । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଗାଁ ମୁଁହା ହେଲାଣି ଧାନ କ୍ଷେତରେ ପଶି ଚାଷିଙ୍କ ଅମଳ ଧାନ କୁ ଦଳି ଚକଟି ନଷ୍ଟ କରି ଦେଉଛି । ଚିନ୍ତାରେ ଚାଷୀକୁଳ ପରିବାର । କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବନଖଣ୍ଡ ଅଧିନ ଘଞ୍ଚଲୁଣା ଜଙ୍ଗଲ ଘେରା ଅଂଚଳ ଉତ୍ତରସୁନୀତି ଗ୍ରାମରେ ଜଙ୍ଗଲ ଛାଡି ଗାଁ ମୁଁହା ହେଲାଣି ଜଙ୍ଗଲୀ ବାରହ। ଧାନ ଜମିରେ ପଲ ପଲ ବାରହ। ପଶି ଅମଳ ସମୟରେ ଧାନ ବିଲ କୁ ଦଳି ଚକଟି ନଷ୍ଟ କରିଦେଲାଣି ବାରହା । ଚାଷୀ ମାନେ ପ୍ରତିବର୍ଷ ପରି ଏ ବର୍ଷ ରେ ବହୁ ଦୁଃଖ କଷ୍ଟ ଧାର କରଜ ରେ ଧାନଚାଷ କରି ଫସଲ କରିଥିଲେ । ଭଲ ଧାନ ମଧ୍ୟ ହୋଇଥିଲା । ଅମଳ ହେଲା ବେଳକୁ ବାରହା ନଷ୍ଟ କରି ଦେଉଛନ୍ତୀ ।
ଧାନ ବିଲରେ ରାତି ସାରା ଅନିଦ୍ରା ହୋଇ ଜରି ପାଲ ରେ କୁଡିଆ ଘରକରି ଚାଷୀ ଜଗିବସିଛି ମଣିଷ ଓ ଜିବଜନ୍ତୁ ଙ୍କ ମଧ୍ୟ ଛକା ପଞ୍ଜା ହୋଇ କେତେବେଳେ ବାରହା ମଣିଷ ହାବୁଡରେ ପଡି ଜିବନ ଜାଉଛି ତ କେତେବେଳେ ମଣିଷ ହାବୁଡରେ ବାରହା ର ଜୀବନ ଜାଉଛି ।  ଚାଷୀ ତାର ଧାନ ଅମଳ ହବା ପର୍ଯ୍ୟନ୍ତ ବାରହା ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପୟ ଶଙ୍ଖ ଘଣ୍ଟା ଟିଣ ପେଂକାଳୀ ବଇଁଶୀ ବଜେଇଲେ ବି ମଧ୍ୟ ମାନୁନାହାନ୍ତୀ ବାରହ। ପଲ ।  ରାତିରେ ବାରହ। ଙ୍କ ଉପଦ୍ରବ ସାଙ୍ଗକୁ ଦିନରେ ମାଙ୍କଡ ମାନଙ୍କ ଉପଦ୍ରବ ଅଶହ ହୋଇପଡିଛି ଚାଷୀ ।  ପରିବାର ପୋଷଣ ଚିନ୍ତା ଘାରିଛି ଚାଷିଙ୍କୁ ।
ଯେତେ ଗୁହାରି କଲେ ବନ ବିଭାଗ କୁ କିଛି ଲାଭ ମିଳୁନି ।  ଜମ୍ବୁ, ସୁନୀତି ତନ୍ତିଆପାଳ,ନରସିଂହପୁର, ଗୋଗୁଆ, ଗହୀରମଥା, ବାଡିହ, ଖରିନାଶୀ, ରାମନଗର ଅଂଚଳରେ ଲୁଣା ଜଙ୍ଗଲର ଅସଙ୍ଖ ଜଙ୍ଗଲୀ ବାରହ। ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking