27.1 C
Bhubaneswar
Thursday, April 25, 2024
Homeଅପରାଧଚଉଠିରେ ପ୍ରେମିକ ସହ ଅଶ୍ଳୀଳ ଚାଟିଂ ଆଉ ତାପରେ ହେଲ କିଛି ଏପରି

ଚଉଠିରେ ପ୍ରେମିକ ସହ ଅଶ୍ଳୀଳ ଚାଟିଂ ଆଉ ତାପରେ ହେଲ କିଛି ଏପରି

ଭୁବନେଶ୍ୱର: ଚଉଠି ରାତିରେ ସ୍ୱାମୀଙ୍କ ପାଖରେ ଥିଲେ । ହେଲେ ସ୍ୱାମୀଙ୍କ ସହ ନୁହେଁ ବରଂ ପ୍ରେମିକ ସହ କରୁଥିଲେ ଅନ୍‌ଲାଇନ୍‌ ରୋମାନ୍ସ । ବିବସ୍ତ୍ର ହୋଇ ଭିଡିଓ ଚାଟିଂରେ ମାତିଥିଲେ । ନବବିବାହିତା ପତ୍ନୀର ଏହି କାଣ୍ଡ ଦେଖି ସ୍ୱାମୀ ତାଜୁବ । ପତ୍ନୀକୁ ଧରି ପଚାରିବା ପରେ ସେ ଘରୁ ସବୁ ସୁନା ଗହଣା ଓ ଦେଢ଼ ଲକ୍ଷ ଟଙ୍କା ନେଇ ପଳାଇଛି । ଏମିତି ଅଭାବନୀୟ ଘଟଣା ଘଟିଛି ଭରତପୁର ଥାନା ଅଞ୍ଚଳରେ । ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଭରତପୁରରେ ସପରିବାର ରହୁଛନ୍ତି ବଳରାମ ସାହୁ । ଚଳିତ ମାସ ୧୨ ତାରିଖରେ ପିପିଲି ଗୋବିନ୍ଦପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବୈଦିକ ରୀତିରେ ବାହା ହୋଇଥିଲେ । ବିନା ଯୌତୁକରେ ବିବାହ ହୋଇଥିଲା । ନବ ବିବାହିତା ସେହି ଦିନ ରାତିରେ ବଳରାମଙ୍କୁ ତାଙ୍କ ଦେହ ଖରାପ ଥିବା କହିଥିଲେ । ତେଣୁ ବଳରାମ ଶୋଇ ପଡ଼ିଥିଲେ । ବିଳମ୍ବିତ ରାତିରେ ପତ୍ନୀ ବାଥରୁମ୍‌ ଯାଇଥିଲେ । ହେଲେ ବାଥରୁମ୍‌ର କିଳିଣି ଦେବାକୁ ଭୁଲି ଯାଇଥିଲେ । କିଛି ସମୟ ପରେ ବଳରାମଙ୍କ ନିଦ ଭାଙ୍ଗିଥିଲା । ସେ ଦେଖିଥିଲେ ଶଯ୍ୟାରେ ତାଙ୍କ ପତ୍ନୀ ନାହାନ୍ତି । ଏହି ସମୟରେ ସେ ଶୁଣିବାକୁ ପାଇଥିଲେ ବାଥରୁମ୍‌ରେ ପତ୍ନୀ କାହା ସହ ଫୋନ୍‌ରେ କଥା ହେଉଛନ୍ତି । ତେଣୁ ସେ ବାଥରୁମ୍‌ କବାଟ ଖୋଲି ଦେଇଥିଲେ । ଏହି ସମୟରେ ବଳରାମ ଦେଖିଥିଲେ ତାଙ୍କ ପତ୍ନୀ ବିବସ୍ତ୍ର ହୋଇ ଜଣେ ଯୁବକ ସହ ଅଶ୍ଳୀଳ ଚାଟିଂ କରୁଛନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେଇଥିଲା । ସ୍ୱାମୀଙ୍କୁ ଏମିତି ଭୁଲ୍‌ କେବେ କରିବେ ନାହିଁ ବୋଲ ପତ୍ନୀ କହିଥିଲେ । ବଳରାମ ମଧ୍ୟ ତାଙ୍କୁ କ୍ଷମା କରି ଦେଇଥିଲେ । ତା’ପର ଦିନ ଅର୍ଥାତ ୧୩ ତାରିଖ ସକାଳେ ପତ୍ନୀ କହିଥିଲେ, ଇସ୍କନ୍‌ ମନ୍ଦିରରେ ତାଙ୍କ ମାନସିକ ରହିଛି । ସେଠାକୁ ଯିବାକୁ ପଡିବ । ଏହା ଶୁଣି ବଳରାମ ତାଙ୍କୁ ଇସ୍କନ୍‌ ନେବାକୁ ରାଜି ହୋଇଥିଲେ । ମନ୍ଦିର ଯିବା ପୂର୍ବରୁ ପତ୍ନୀ ବଳରାମଙ୍କ ଘରେ ଥିବା ସବୁ ସୁନା ଗହଣା ସହିତ ଦେଢ଼ ଲକ୍ଷ ଟଙ୍କା ନେଇ ଯାଇଥିଲେ ।

ଇସ୍କନ୍‌ ମନ୍ଦିର ପାଖରେ ବଳରାମଙ୍କୁ ପତ୍ନୀ କହିଥିଲେ ଶ୍ରୀଲିଙ୍ଗରାଜ ମନ୍ଦିର ଯିବାକୁ । ସେଠି ପହଞ୍ଚିଲା ପରେ ପତ୍ନୀର ପ୍ରେମିକ ଓ ତାଙ୍କ ସମ୍ପର୍କୀୟ ମନ୍ଦିର ନିକଟରେ ଉପସ୍ଥିତ ଥିଲେ । ହଠାତ୍‌ ସମ୍ପର୍କୀୟମାନେ ବଳରାମଙ୍କୁ ନିସ୍ତୁକ ପିଟି ତାଙ୍କ ପତ୍ନୀକୁ ନେଇ ପଳାଇ ଯିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ମଧ୍ୟ କିଛି ଜାଣି ନପାରି ବଳରାମଙ୍କୁ ମାଡ଼ ମାରି ପୁଲିସ୍‌ରେ ଦେବାକୁ ବସିଥିଲେ । ଏହି ସମୟରେ ପ୍ରକୃତ କଥା ଜାଣିପାରି ବଳରାମଙ୍କୁ ଛାଡ଼ି ଦେଇଥିଲେ । ସେତେବେଳକୁ ବଳରାମଙ୍କ ପତ୍ନୀ ପ୍ରେମିକ ସହିତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ୍‌ ବଳରାମଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିଥିଲା । ବଳରାମ ଏନେଇ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି । ସେପଟେ ବଳରାମଙ୍କ ବାପା ପଦ୍ମଚରଣ ସାହୁ ଭରତପୁର ଥାନାରେ ବୋହୂ ନାଁରେ ଚୋରି ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking