22.1 C
Bhubaneswar
Sunday, January 23, 2022
Homeଅପରାଧଜିରୋନାଇଟ୍ ପାଲଟିଗଲା କାଳରାତ୍ରୀ : ପ୍ରେମିକ ସହ ମିଶି କଣ କଲା ସ୍ୱାମୀଙ୍କୁ ଜାଣନ୍ତୁ

ଜିରୋନାଇଟ୍ ପାଲଟିଗଲା କାଳରାତ୍ରୀ : ପ୍ରେମିକ ସହ ମିଶି କଣ କଲା ସ୍ୱାମୀଙ୍କୁ ଜାଣନ୍ତୁ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହରରେ ଘଟିଯାଇଛି ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ରଜନିତ ହତ୍ୟାକାଣ୍ଡ । ୨୦୧୯ର ବିଦାୟୀ ରାତ୍ରୀ ଓ ୨୦୨୦ର ଆଗମନ ଜିରୋନାଇଟ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଯୁବରାଜ ଚଣ୍ଡ(ରାଜା)ନବବର୍ଷକୁ ସ୍ୱାଗତ କରିଥିଲା । ବିଳମ୍ବିତ ରାତି ବ୍ଲକ କଲୋନୀରୁ ବାହାରି ନିଜ ଭଡ଼ାଘର (ଗୁପ୍ତା କଲୋନୀ ପଛପଟ)କୁ ଯାଇଥିଲା । କିନ୍ତୁ ସକାଳୁ ରାଜାର ସ୍ତ୍ରୀ ନିବେଦିତା ନାୟକ(ସରକାରୀ କର୍ମଚାରୀ-ମୁନିଗୁଡ଼ା ତହସିଲ କିରାଣୀ)ନିଜ ସ୍ୱାମୀଘରକୁ ଫେରିନଥିବା ପ୍ରଘଟ କରିବା ସହ ଖୋଜାଖୋଜି କରିଥିଲେ । ରାଜା ବ୍ଲକ ମୁନିଗୁଡ଼ାରେ ନିଜଗାଡ଼ି ଲଗାଇବା ସହ ଡ୍ରାଇଭର ଥିଲା । ନୂଆବର୍ଷ ସକାଳୁ ତା’ର ବିଡ଼ିଓଙ୍କୁ ନେଇ ରାୟଗଡ଼ା ଜିଲ୍ଲାପାଳ ଅଫିସକୁ ଯିବାର ଥିଲା, ହେଲେ ସେ ନାପତା ଥିବାରୁ ଆସିନଥିଲା । ଏଇ ସମୟରେ ମୁନିଗୁଡ଼ା ପୁଲିସକୁ ଗଜପତି ଜିଲ୍ଲା ଅଡ଼ବାରୁ ଖବର ମିଳିଥିଲା ଯେ, ଜଣେ ଯୁବକର ଶବ ପଡ଼ିଥିବା ଓ ଶବର ଫଟୋ ମଧ୍ୟ ରାୟଗଡ଼ା ଏସପି ଅଫିସରେ ପହଞ୍ôଚଯାଇଥିଲା । ନାପତା ହେବାର ୨୪ଘଣ୍ଟା ପରେ ସ୍ତ୍ରୀ ନିବେଦିତା ନିଖୋଜ ମାମଲା ରୁଜୁ ପାଇଁ ଆସି ଥାନାରେ ପହଞ୍ôଚଲା । ଚତୁର ଏସଡିପିଓ ଚନ୍ଦ୍ରଶେଖର ହୋତା ଓ ଆଇଆଇସି ରାଜେନ୍ଦ୍ର ଦେହୁରୀ ନିବେଦିତାକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରି ସତ ସାମ୍ନାକୁ ଆଣିଛନ୍ତି ।
ସୂଚନାନୁଯାୟୀ, ସ୍ତ୍ରୀ ନିବେଦିତା ପ୍ରେମିକ ସହାୟତାରେ ସ୍ୱାମୀକୁ ପିଠାପାତିଆ, ବେଲଣା କାଠି ଓ ରଡ୍ ସାହାଯ୍ୟରେ ମାରିଥିଲେ । ସେ ଅଚେତ୍ ହୋଇଯିବାରୁ ବେଡସିଟରେ ଗୁଡ଼ାଇ ଗାଡି଼ ସହାୟତାରେ ପ୍ରେମିକ ଦ୍ୱାରା ଅଡ଼ବାରେ ଫିଙ୍ଗିଦେଇଥିଲେ । ସେତେବେଳକୁ ରାଜା ମରିଯାଇଥିଲା । ଶୁଣିବାକୁ ମିଳେ, ନିବେଦିତା ପୂର୍ବରୁ ବିବାହ କରିଥିଲା ଏବଂ ଗୋଟେ ପିଲା ମଧ୍ୟ ତାର ଥିଲା । ୨ୟ ବିବାହ ରାଜାକୁ କରିଥିଲା । ସ୍ତ୍ରୀ ଚରିତ୍ରକୁ ନେଇ ରାଜା ସନ୍ଦେହ କରିବା ସହ ଘରେ ପାଟିତୁଣ୍ଡ ମଧ୍ୟ ହେଉଥିଲା । ସ୍ତ୍ରୀ ମଧ୍ୟ ମୋବାଇଲରେ ଚାଟିଂକରି ସାଥୀ ଯୋଗାଡ଼ କରିଥିଲା, ଯାହାର ସାହାଯ୍ୟରେ ଉକ୍ତ ନାରକୀୟ କାଣ୍ଡ ଘଟାଇବାରେ ସଫଳ ହୋଇଥିଲା । ନିବେଦିତା ଭାବିଥିଲା ରାଜାକୁ ମାରି ଏହାକୁ ଦୁର୍ଘଟଣା ରୂପ ଦେବ । ସେଥିପାଇଁ ନିଖୋଜ ମାମଲା ରୁଜୁ ପାଇଁ ଥାନାକୁ ଆସି ଫସିଗଲା ନିଜ ଜାଲରେ । ଏହାପୂର୍ବରୁ ଏଠାରେ ଏପରି ଘଟଣା ଘଟିଛି । ଅଡ଼ବାରୁ ପୁଲିସ ସଦଳବଳେ ସନ୍ଧ୍ୟାରେ ମୁନିଗୁଡ଼ା ଥାନାରେ ପହଞ୍ôଚବା ପରେ ଆଶାମୀକୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ଦେହୁରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking