ନ୍ୟାୟ ଦାବିରେ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା

ଭଦ୍ରକ : ସ୍ତ୍ରୀର ଅଧିକାର ଦାବି କରି ନ୍ୟାୟ ଦାବିରେ ସ୍ୱାମୀର ଘର ଆଗରେ ସ୍ତ୍ରୀର ଧାରଣା । ସ୍ୱାମୀ ସହ ଶ୍ବଶୁର ଘରେ ରହିବା ପାଇଁ ଧାରଣାରେ ବସିଛନ୍ତି ସ୍ତ୍ରୀ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଚଡଦିଆରେ । ସୂଚନା ଅନୁଯାୟୀ, ବାଂଶଡା ଥାନା ନଳଗୋହିରା ପୋଖରିସାହିର ଶୁକଦେବ ଜେନାଙ୍କ ଝିଅ ସବିତା ଜେନା ଚଡଦିଆ ମହାଳିକସାହିର ଧନି ମହାଳିକଙ୍କ ପୁଅ ଶଙ୍କର ମହାଳିକ ୨୦୧୯ରେ ପ୍ରେମ ବିବାହ କରିଥିଲା । ମନ୍ଦିରରେ ବିବାହ କରିବା ସହ କୋର୍ଟ ମ୍ୟାରେଜ ମଧ୍ୟ ହୋଇଥିଲା। ପରେ ସ୍ୱାମୀ ନିଜ ସ୍ତ୍ରୀକୁ ତାର ବାପ ଘରେ ଛାଡି ବାହାରକୁ କାମ କରିବାକୁ ପଳାଇଥିଲା । ସେବେଠାରୁ ସବିତା ନିଜ ବାପ ଘରେ ରହିଆସୁଛି । ତେବେ ଗତକାଲି ସବିତାକୁ ତାର ସ୍ୱାମୀ ନିଜ ଘରକୁ ଡାକିଥିଲେ । କିନ୍ତୁ ସବିତା ଶ୍ବଶୁର ଘରକୁ ଯିବା ପରେ ତାଙ୍କ ଶାଶୁ ଓ ଶ୍ବଶୁର ତାଙ୍କୁ ମାଡ ମାରିବା ସହ ଘର ଭିତରକୁ ପୁରାଇଦେଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ସବିତା । ଏମିତିକି ସବିତାର ସ୍ୱାମୀକୁ ଘରେ ପୁରାଇ କବାଟ ଦେଇ ସବିତାକୁ ମାଡ ମାରି ବାହାରକୁ ବିଦା କରିଦେଇଥିବା ଅଭିଯୋଗ କରିଛନ୍ତି ସବିତା । ତେବେ ନିଜର ଅଧିକାର ସାବ୍ୟସ୍ତ କରିବା ସହ ନ୍ୟାୟ ଦାବିରେ ବିଳମ୍ବିତ ରାତି ଯାଏ ସବିତା ତାଙ୍କ ଶଶୁର ଘର ଆଗରେ ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here