26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସ୍ୱାମୀ ଲୁଚାଇଥିଲେ ଦରମା, ଆରଟିଆଇ ବଳରେ ଜାଣିଲେ ସ୍ତ୍ରୀ

ସ୍ୱାମୀ ଲୁଚାଇଥିଲେ ଦରମା, ଆରଟିଆଇ ବଳରେ ଜାଣିଲେ ସ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନେ ବୟସ ଲୁଚାନ୍ତି ଓ ପୁରୁଷମାନେ ଦରମା। କିନ୍ତୁ ଜଣେ ସ୍ୱାମୀର ଦରମା ବାବଦରେ ଆରଟିଆଇ ଖୋଲି ଦେଇଛି ଗୁମର। ନିଜ ଆୟ ବିଷୟରେ ଲୁଚାଇ ଆସୁଥିବା ସ୍ୱାମୀର ସମସ୍ତ ତଥ୍ୟ ଆରଟିଆଇ ବଳରେ ଜାଣି ଦେଇଛନ୍ତି ତାଙ୍କ ସ୍ତ୍ରୀ। ଏଭଳି କିଛି ରୋଚକ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ବରେଲିର ସଞ୍ଜୁ ଗୁପ୍ତା ନାମକ ଜଣେ ମହିଳା ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କ ସ୍ୱାମୀଙ୍କ ମୋଟ ଆୟର ବିବରଣୀ ଜାଣିବା ପାଇଁ ଆରଟିଆଇ (ସୂଚନା ଅଧିକାର)ରେ ଆବେଦନ କରିଥିଲେ। ତେବେ ପ୍ରାରମ୍ଭରେ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (ସିପିଆଇଓ)ର ଆୟକର ଅଧିକାରୀ, ଆୟକର ବିଭାଗର ବରେଲି କାର‌୍ୟ୍ୟାଳୟ ଇନକମ ଟ୍ୟାକ୍ସ ଅଫିସର୍ ଆଇଟିଆଇ ଅଧୀନରେ ଏହି ସୂଚନା ଦେବାକୁ ମନା କରିଦେଇଥିଲେ। କାରଣ ସଞ୍ଜୁଙ୍କ ସ୍ୱାମୀ ଏଥିପାଇଁ ସହମତ ନଥିଲେ। ଏହାପରେ ମହିଳା ଜଣକ ପ୍ରଥମ ଅପିଲ ଅଥରିଟି ରେ ଆବେଦନ କରିଥିଲେ। ତେବେ ଏଫଏଏ ସିପିଆଇଓଙ୍କ ଆଦେଶକୁ ବଜାୟ ରଖିଥିଲେ। ଏହାପରେ ସଞ୍ଜୁ ଗୁପ୍ତାଙ୍କୁ ସିଆଇସିରେ ଦ୍ୱିତୀୟ ଆବେଦନ କରିବାକୁ ପଡିଥିଲା। ଏହାପରେ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଧ୍ୟାନ ଦେଇ କେନ୍ଦ୍ରୀୟ ସୂଚନା ଆୟୋଗ ନିଜର ପୁରୁଣା ନିର୍ଦ୍ଦେଶକୁ ବଦଳାଇଥିଲେ। ଏହାପରେ ୧୯ ସେପ୍ଟେମ୍ବର ୨୦୨୨ରେ ସ୍ୱାମୀଙ୍କ ମୋଟ ବାର୍ଷିକ ଆୟ ବିଷୟରେ ପତ୍ନୀଙ୍କୁ ୧୫ ଦିନ ଭିତରେ ଜଣାଇବାକୁ ସିଆଇସି ସିପିଆଇଓକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking