27.1 C
Bhubaneswar
Friday, March 29, 2024
Homeଅପରାଧଯୌତୁକ ଭୋକରେ ସାଙ୍ଗ ମାନଙ୍କ ଦ୍ୱାରା ସ୍ତ୍ରୀର ଗ୍ୟାଙ୍ଗରେପ୍ କରାଇଲା ନିର୍ଦ୍ଦୟ ସ୍ୱାମୀ, ଆଉ ତା’ପରେ....

ଯୌତୁକ ଭୋକରେ ସାଙ୍ଗ ମାନଙ୍କ ଦ୍ୱାରା ସ୍ତ୍ରୀର ଗ୍ୟାଙ୍ଗରେପ୍ କରାଇଲା ନିର୍ଦ୍ଦୟ ସ୍ୱାମୀ, ଆଉ ତା’ପରେ….

ନୂଆଦିଲ୍ଲୀ : ରାଜସ୍ଥାନର ଚୁରୁ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ ବ୍ୟକ୍ତିର ଯୌତୁକ ଭୋକ ନ ମେଣ୍ଟିବାରୁ ସେ ନିଜ ସ୍ତ୍ରୀକୁ ସାଙ୍ଗ ମାନଙ୍କ ପାଖରେ ଛାଡ଼ିଦେଲା । ଆଉ ସାଙ୍ଗମାନେ ମହିଳାଙ୍କ ସହିତ ଜଣକ ପରେ ଜଣେ ଦୁଷ୍କର୍ମ କରିଚାଲିଲେ । ଏହିଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ସୂଚନା ଅନୁଯାୟୀ,  ତାଙ୍କ ସ୍ୱାମୀ ସବୁଦିନ ବିଭିନ୍ନ ପ୍ରକାର ନିଶାରେ ଚୁର୍ ହୋଇ ରହୁଥିଲେ ଏବଂ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ । ମହିଳାଙ୍କର ଆପତ୍ତିଜନକ ଓ ଅଶ୍ଳୀଳ ଫଟୋ ତାଙ୍କ ସାଙ୍ଗ ମାନଙ୍କୁ ପଠାଉଥିଲେ । ଆଉ ସାଙ୍ଗ ମାନେ ମହିଳାଙ୍କ ସହିତ ଦୁଷ୍କର୍ମ ବି କରୁଥିଲେ ।

୨୯ ବର୍ଷୀୟା ମହିଳା ନିଜ ମା’ଙ୍କ ସହିତ ପୋଲିସ୍ ଷ୍ଟେସନ୍ ଆସି ଏହିଭଳି ଅଭିଯୋଗ କରିଛନ୍ତି । ୨୦୧୪ରେ ତାଙ୍କ ବିବାହ ଲୁଧିୟାନାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା । ବିବାହ ପରେ ତାଙ୍କୁ ୫ ଲକ୍ଷ ଟଙ୍କା ଓ କାର୍ ଯୌତୁକ ହିସାବରେ ମାଗିଥିଲେ ସ୍ୱାମୀ । ହେଲେ ସ୍ତ୍ରୀ ଏସନୁ ନ ଦେବାରୁ ତାଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା କରାଯାଇଥିଲା । ପୀଡ଼ିତାଙ୍କ କହିବାନୁସାରେ, ତାଙ୍କୁ ଗୋଟିଏ ରୁମ୍ ରେ ବନ୍ଦ କରି ଖାଇବାକୁ କି ପିଇବାକୁ ଦେଉନଥିଲେ । ଶ୍ୱଶୁର ଘର ଲୋକ ତାଙ୍କୁ ମାଡ଼ ମାରୁଥିଲେ । ଏତିକିରେ ମନ ପୁରିଲାନି ଯେ, ତାଙ୍କ ସ୍ୱାମୀ ବୁଲାଇ ନେବା ବାହାନାରେ ଶିମଲାର ଏକ ହୋଟେଲ୍ କୁ ନେଇଗଲେ ।

ସେଠାରେ ତାଙ୍କୁ ମଦ ପିଆଇ ସାଙ୍ଗ ମାନଙ୍କ ଦ୍ୱାରା ଦୁଷ୍କର୍ମ କରାଇଥିଲା ସ୍ୱାମୀ। ଆଉ ଦୁଷ୍କର୍ମ ସମୟର ଭିଡିଓ ବି କରାଯାଇଥିଲା । ଖାଲି ସେତିକି ନୁହେଁ ତାଙ୍କର ଅଶ୍ଳୀଳ ଭିଡିଓ ଏବଂ ଫଟୋ ଆଧାରରେ ସେ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଇତି ମଧ୍ୟରେ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ତାଙ୍କର ଅନେକ ବନ୍ଧୁଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ବର୍ତ୍ତମାନ ପତ୍ନୀ ଅଦଳବଦଳ ଖେଳ ଖେଳିବା ଆରମ୍ଭ କରିଛନ୍ତି। ଏହି ମାମଲାରେ ଏବେ ପୋଲିସ୍ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking