29.1 C
Bhubaneswar
Thursday, April 25, 2024
Homeଅପରାଧସ୍ୱାମୀଙ୍କ ମଲାମୁହଁ ଦେଖିପାରିଲାନି ସ୍ତ୍ରୀ

ସ୍ୱାମୀଙ୍କ ମଲାମୁହଁ ଦେଖିପାରିଲାନି ସ୍ତ୍ରୀ

ସଇଁନ୍ତଳା : ସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସାଧୀନ । ସେପଟେ ସ୍ୱାମୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ସ୍ୱାମୀଙ୍କ ମଲା ମୁହଁ ବି ଦେଖି ପାରିଲେନି ସ୍ତ୍ରୀ । ଏଭଳି ହୃଦୟ ବିଦାରକ ଘଟଣା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ ପରାସରା ପଞ୍ଚାୟତ ଅଞ୍ଚଳର ଘଟିଛି ।
ସୂଚନା ଅନୁଯାୟୀ, ମୃତକ ପରାସରା ଗାଁ’ର ଜଣେ ୬୦ ବର୍ଷ ବ୍ୟକ୍ତି । ପରିବାରରେ ତାଙ୍କ ସ୍ତ୍ରୀ ଓ ଦୁଇ ବିବାହିତ ପୁଅ ଅଛନ୍ତି । ତେବେ ସେମାନେ ସମସ୍ତେ ଦାଦନ ଶ୍ରମିକ ଭାବେ ଛତିଶଗଡ଼ର ରାୟପୁରକୁ ଯାଇଥିଲେ । କିଛି ଦିନ ତଳେ ଉକ୍ତ ବ୍ୟକ୍ତିଙ୍କ ଦେହ ଖରାପ ଖବର ପାଇ ତାଙ୍କ ସ୍ତ୍ରୀ ଗାଁ’କୁ ଆସିଥିଲେ । ହେଲେ ତାଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିଥିଲା । ସେଠାରେ ତାଙ୍କର ସ୍ୱାବ୍ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ଡାକ୍ତରଖାନାକୁ ପଠାଇ ଦିଆଗଲା । ସେ ଡାକ୍ତରଖାନାକୁ ଯିବାର ପର ଦିନ ରାତିରେ ତାଙ୍କ ସ୍ୱାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଦୁଇପୁଅ ଏବେ ମଧ୍ୟ ରାୟପୁରରେ ଅଛନ୍ତି । ଗାଁ’ ଲୋକେ ଓ ବନ୍ଧୁ ପରିଜନ ଶବ ଛୁଇଁବାକୁ ପ୍ରଥମେ ଅମଙ୍ଗ ହେଉଥିଲେ । ପୁଲିସ ହସ୍ତକ୍ଷେପ ପରେ ସେମାନେ ରାଜି ହେବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି । ଅନ୍ୟପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ତ୍ରୀ ପାଇଛନ୍ତି କି ନାହିଁ ତାହା ବି ଜଣାପଡ଼ି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking