31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବାହାଘରେ ପରେ ସ୍ୱାମୀ ରଖିଲାନି ସମ୍ପର୍କ, ସ୍ତ୍ରୀ ପହଞ୍ଚିଲା ଥାନାରେ, ଶେଷରେ କ’ଣ ହେଲା ପୁରା...

ବାହାଘରେ ପରେ ସ୍ୱାମୀ ରଖିଲାନି ସମ୍ପର୍କ, ସ୍ତ୍ରୀ ପହଞ୍ଚିଲା ଥାନାରେ, ଶେଷରେ କ’ଣ ହେଲା ପୁରା ଘଟଣା ଜାଣନ୍ତୁ….

ନୂଆଦିଲ୍ଲୀ: ବାହାଘର ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ଅନେକ ଖବର ଆପଣମାନେ ଶୁଣିଥିବେ । କେତେକ ମାମଲା ଥାନାରୁ ନେଇ କୋର୍ଟରେ ପହଞ୍ଚିଯାଏ । କିନ୍ତୁ ପତି-ପତ୍ନୀଙ୍କ ମଧ୍ୟରେ ଏପରି କିଛି ମାମଲା ରହିଛି ଯାହାକୁ ସେମାନେ ଗୋପନୀୟ ରଖନ୍ତି । ଏଥିରେ ପରସ୍ପର ମଧ୍ୟରେ ଗୋପନୀୟତା ରହିଥାଏ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୌନ ସମ୍ପର୍କ ସେହିପରି ଏକ ମାମଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହା ସ୍ୱାଭାବିକ ଓ ଜରୁରୀ ପ୍ରକ୍ରିୟା । କିନ୍ତୁ ଏହା ନହେଲେ ଆପଣ ଏହାକୁ କ’ଣ କହିବେ । ତେବେ ଅହମ୍ମଦାବାଦରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । କିନ୍ତୁ ପତ୍ନୀ ନିଜ ସେକ୍ସ ଅଧିକାରକୁ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମହିଳାଙ୍କ ସ୍ୱାମୀ ତାଙ୍କ ସହ ସେକ୍ସ କରିବାକୁ ମନା କରିଛନ୍ତି । ମହିଳା ଜଣକ ଏଥିରେ ରାଗିଯାଇ ନିଜ ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଅହମ୍ମଦାବାଦରେ ଏହି ୩୩ ବର୍ଷିୟା ମହିଳା ଜଣକ ସାବରମତି ପୋଲିସ ଷ୍ଟେସନରେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ବାହାଘରର ଏକ ବର୍ଷ ଯାଏଁ ସ୍ୱାମୀ ତାଙ୍କ ସହ କୌଣସି ଯୌନ ସମ୍ପର୍କ ରଖିନଥିଲେ । ଏନେଇ କହିବାରୁ ପାଟିତୁଣ୍ଡ ଓ ନିର୍ଯ୍ୟାତନା ସହିବାକୁ ପଡିଥିଲା । ଶେଷରେ ଥକ୍କି ପଡ଼ି ମହିଳା ଜଣକ ଅଭିଯୋଗ କରିବାକୁ ଥାନାରେ ପହଞ୍ଚିଛନ୍ତି । ଗତବର୍ଷ ଫେବ୍ରୁଆରୀ ମାସରେ ବଡୋଦରାରେ ଜଣେ ଯୁବକଙ୍କ ସହ ମହିଳାଙ୍କର ବାହାଘର ହୋଇଥିଲା । ବାହାଘର ୱେବସାଇଟରୁ ଉଭୟେ ଭେଟ ହୋଇଥିଲେ । ବର୍ଷକ ମଧ୍ୟରେ ପୁତ୍ର ସନ୍ତାନ ଜନ୍ମ କରିବାକୁ ପରିବାର ଲୋକେ କହିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ୱାମୀ ତାଙ୍କୁ ଛୁଇଁନଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ମୁତାବକ, ‘ମୋ ସ୍ୱାମୀ ରାତିରେ ଅଜବ ପୋଷାକ ପିନ୍ଧନ୍ତି । ଯେବେ ମୁଁ ତାଙ୍କୁ ସେକ୍ସ ପାଇଁ କୁହେ ସେ କୁହନ୍ତି କି, ମୁଁ ଜଣେ ପୁରୁଷ ପରି ଦେଖାଯାଉଛି କି? ସେ ମୋ ସହ ସମ୍ପର୍କ ରଖିପାରିଲେ ନାହିଁ । ଯେତେବେଳେ ବି ମୁଁ ତାଙ୍କ ସହ ଏହି ମାମଲାରେ କଥା ହୁଏ, ସେ ମୋ ଗଳା ଚିପିବା ସହ ନିର୍ଯ୍ୟାତନା ଦିଅନ୍ତି । ମୋ ସ୍ୱାମୀ ପ୍ରାୟତଃ ଆଇଭିଏଫ୍ ମାଧ୍ୟମରେ ସନ୍ତାନ ଜନ୍ମ ପରିବାକୁ କୁହନ୍ତି । ମୁଁ ମନା କରିବାରୁ ମୋତେ ଧକ୍କା ମାରିବା ସହ ଘରୁ ତଡ଼ିଦେଲେ । ଏବେ ମୋତେ ଫେରାଇ ନେବାକୁ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking