40.1 C
Bhubaneswar
Thursday, April 25, 2024
Homeଅପରାଧପତ୍ନୀଙ୍କୁ ନିର୍ଯାତନା, ସ୍ୱାମୀ ଗିରଫ

ପତ୍ନୀଙ୍କୁ ନିର୍ଯାତନା, ସ୍ୱାମୀ ଗିରଫ

ବ୍ରହ୍ମପୁର: ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ମହିଳା ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ସ୍ୱାମୀ ଦୀପକ ବେହେରା (୨୨)ଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ ୨୦୨୧ ସେପ୍ଟେମ୍ବରରେ ମେଡିକାଲ ବ୍ୟାଙ୍କ କଲୋନୀର ସିଦ୍ଧାର୍ଥ ନଗର ଅଞ୍ଚଳର ଦୀପକ ବେହେରାଙ୍କୁ ପୂଜାରାଣୀ ଦଳବେହେରା ବିବାହ କରିଥିଲେ । କିନ୍ତୁ ବିବାହ ପରେ ଦୀପକ ତାଙ୍କ ସ୍ତ୍ରୀଙ୍କୁ ଅଧିକା ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଆଳିଗୁଲଜ ଦେଇ ଆସୁଥିଲେ ।

ଏହାସହ ଶାଶୂ, ଶ୍ୱଶୁର ଏବଂ ତାଙ୍କ ସମ୍ପର୍କୀୟ ଯୌତୁକ ଦାବି କରି ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିଲେ । ସେମାନଙ୍କର ନିର୍ଯାତନା ସହ୍ୟ ନକରି ପୂଜାରାଣୀ ତାଙ୍କ ପିତାମାତାଙ୍କ ଘରକୁ ଆସିଲା । ପରେ ସେ ଏନେଇ ଗତକାଲି ମହିଳା ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରି ତାଙ୍କ ସ୍ୱାମୀ ଦୀପକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking