ଛାମୁଣ୍ଡିଆ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବିଧବା ବୃଦ୍ଧା କୁମାରୀ

ଗଞ୍ଜାମ : ନା’ଅଛନ୍ତି ସ୍ୱାମୀ, ନା’ଅଛନ୍ତି ସନ୍ତାନ ସନ୍ତତି । ନିଜର ବୋଲି ଘର ଖଣ୍ଡିଏ ମଧ୍ୟ ନାହିଁ । ଗାଁ’ମଝିରେ ଏକ ଗୋଚର ଜାଗାରେ ଟିଣ ଦୁଇ ଖଣ୍ଡ ପକାଇ ଏକ ଛାମୁଣ୍ଡିଆ କରି ତା’ ଭିତରେ ମୁଣ୍ଡ ଗୁଞ୍ଜିଛନ୍ତି ମାଣିକ୍ୟପୁର ଗ୍ରାମର ୬୫ ବର୍ଷ ବୟସ୍କା ବିଧବା ବୃଦ୍ଧା କୁମାରୀ ମଳିକ । ୧୦ବର୍ଷ ତଳୁ ସ୍ୱାମୀ ଆରପାରିରେ । ଆହା ପଦେ କହିବାକୁ ପାଖରେ କୌଣସି ଆତ୍ମୀୟ ସ୍ୱଜନ ନାହାନ୍ତି । ସମ୍ପୂର୍ଣ୍ଣ ଏକାକି କୁମାରୀ ମାଗିଯାଚି, ପର ଘରେ ବାସନ ମାଜି ଯାହା ମିଳେ ସେଥିରେ ଦୁଃଖକଷ୍ଟେ ଚଳିଯାଉଛନ୍ତି । ଖରା, ବର୍ଷା, ଶୀତ କାକରରେ ତା’ରି ଭିତରେ ବିତୁଛି ଜୀବନ । ସ୍ଥାନୀୟ ସରପଞ୍ଚଙ୍କୁ ଘର ଖଣ୍ଡିଏ ପାଇଁ ବହୁତ ଥର ନେହୁରା ହୋଇଥିଲେ ମଧ୍ୟ ଶୁଣୁନାହାନ୍ତି । ସରକାରଙ୍କ ତରଫରୁ ମାସିକ ୫ଶହ ଟଙ୍କା ବିଧବା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ମିଳୁଛି । ଏକାକୀ ବଞ୍ôଚବା ପାଇଁ ସଂଘର୍ଷ କରୁଛନ୍ତି କୁମାରୀ ମଳିକ । ସରକାରଙ୍କ ଆବାସ ଯୋଜନାରେ ସାମିଲ ହେବା ସତେ ଯେମିତି ତାଙ୍କ ପାଇଁ ସାତସପନ ପାଲଟି ଯାଇଛି । ଏ ସମ୍ପର୍କରେ ଖଲ୍ଲିକୋଟ ବିଧାୟିକାଙ୍କ ସହ ଯୋଗାଯୋଗ କରାଯିବାରେ ସେ ବସୁନ୍ଧରା ଯୋଜନାରେ ସ୍ଥାନୀୟ ତହସିଲଦାରଙ୍କୁ କହି ଜାଗା ଖଣ୍ଡିଏ ଯୋଗାଇ ଦେବା ଓ ବିଜୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here