38.1 C
Bhubaneswar
Saturday, April 20, 2024
Homeଓଡିଶାକ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଆଖି ବୁଜିଲେ ବିଧବା ମହିଳା

କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଆଖି ବୁଜିଲେ ବିଧବା ମହିଳା

ନୂଆପଡ଼ା : କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାଟି, ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଲିଟିଗୁଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଘଟିଛି । ମୃତକ ହେଲେ ସିନାପାଲି ବ୍ଲକ୍ ଖର୍ସେଲ ଗାଁ’ର ମଦନୀ ମାଝୀ ବୋଲି ସୂଚନା ମିଳିଛି । ସେ ତାମିଲନାଡୁ ଗତ ୧୩ ତାରିଖରେ ଫେରି ଲିଟିଗୁଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ।
ସୂଚନା ଅନୁଯାୟୀ, ମଦନୀ ମାଝୀ ଗତକାଲି ଗଳା ଓ ଛାତୀରେ ଯନ୍ତ୍ରଣା ଅନୁଭବ କରିବାରୁ ସେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସିନାପାଲି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଡ଼ିଆଳ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ସିନାପାଲି ପୁଲିସ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ହେଲେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ ।
https://onakhabar.com/2020/06/18/pso-suicide/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking