34.1 C
Bhubaneswar
Thursday, March 28, 2024
Homeଅପରାଧଜୀବନରୁ ମାରିଦେବାକୁ ଧମକ ଦେଇ ଜଣେ ବିଧବା ମହିଳାଙ୍କୁ ବିଭିନ୍ନ ସ୍ଥାନରେ ଆଠ ଜଣ ବ୍ୟକ୍ତି...

ଜୀବନରୁ ମାରିଦେବାକୁ ଧମକ ଦେଇ ଜଣେ ବିଧବା ମହିଳାଙ୍କୁ ବିଭିନ୍ନ ସ୍ଥାନରେ ଆଠ ଜଣ ବ୍ୟକ୍ତି ବଳାତ୍କାର କରିଛନ୍ତି

ପୁଣେ: ଜଣେ ବିଧବା ମହିଳା ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ସମୟରେ ଆଠ ଜଣଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଶିରୁରରେ ବିଧବାଙ୍କୁ ବଳାତ୍କାର ଅଭିଯୋଗରେ ପୁଣେ ଗ୍ରାମୀଣ ପୋଲିସ 5 ଜଣଙ୍କୁ ଅଟକ ରଖିଛି ଏବଂ ଅନ୍ୟ ତିନିଜଣ ସନ୍ଦିଗ୍ଧଙ୍କୁ ଖୋଜୁଛି।

ଶିରୁର ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ ପରେ ଘଟଣା ସାମ୍ନାକୁ ଆସିଥିଲା। ଭାରତୀୟ ଦଣ୍ଡବିଧି ଆଇନର ଧାରା 323, 376 (2), 376 (d) ଏବଂ 506 ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ୠଜୁକରି ତଦନ୍ତ କରିଛି ।

ପୋଲିସ ଇନ୍ସପେକ୍ଟର ସୁରେଶକୁମାର ରାଉତଙ୍କ କହିବାନୁସାରେ, ସେମାନେ ଏକ ସୂଚନା ପାଇଥିଲେ ଯେ ଜଣେ ବିଧବାଙ୍କୁ ଅନେକ ପୁରୁଷ ଯୌନ ଶୋଷଣ କରିଛନ୍ତି | ପୀଡିତାଙ୍କ ସହ ଦେଖା କରିବାକୁ ସେମାନେ ନିର୍ବାଣ ୟୁନିଟରୁ ଏକ ଟିମ୍ ପଠାଇଥିବା ରାଉତ କହିଛନ୍ତି। ଅଧିକ ସୂଚନା ପାଇଁ ସ୍କ୍ୱାଡ଼ ପୀଡିତାଙ୍କ ନିକଟକୁ ଯାଇଥିଲା ବୋଲି ସେ କହିଛନ୍ତି।

ଇନ୍ସପେକ୍ଟର କହିଛନ୍ତି, “ଏହା ଜଣା ଥିଲା ଯେ ସେ ଜଣେ ବିଧବା ଥିଲେ ଏବଂ ତାଙ୍କ ପରିସ୍ଥିତି ଭଲ ନଥିଲା 1 କିଛି ବ୍ୟକ୍ତି ସହାୟତା ଦେବା ନାଁ ରେ ତାଙ୍କୁ ବିଭିନ୍ନ ସ୍ଥାନକୁ ବିଭିନ୍ନ ସମୟରେ ନେଇ (ଏପ୍ରିଲରୁ ମେ 2021 ମଧ୍ୟରେ) ବଳାତ୍କାର କରିଥିଲେ। ପୀଡିତା ଅଭିଯୋଗ କରିବାକୁ ଚାହୁଁଥିଲେ, କିନ୍ତୁ ତାହା କରିନଥିଲେ । କାରଣ ଅଭିଯୋଗ କରିବା ନେଇ ତାଙ୍କର ଉପଯୁକ୍ତ ଜ୍ଞାନ ନଥିଲା । ”

ସୁରେଶକୁମାର ରାଉତ ଏହା ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ସନ୍ଦିଗ୍ଧଙ୍କ ମଧ୍ୟରୁ 5 ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ବିଚାରପତିଙ୍କ ନିର୍ଦେଶରେ ସାତ ଦିନ ପାଇଁ ପୋଲିସ ହେପାଜତରେ ରଖାଯାଇଛି । ଆଉ ତିନିଜଣ ସନ୍ଦିଗ୍ଧଙ୍କୁ ଗିରଫ ପାଇଁ ଉଦ୍ୟମ କରାଯାଉଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲିପୋଲିସ କହିଛି ।

ରିପୋର୍ଟ ମୁତାବକ, ଆଠ ଅଭିଯୁକ୍ତଙ୍କ ନାମ ମଉଳି ପାୱାର, କାଲୁ ୱାଲୁଞ୍ଜ, ଭିଥାଲ କାଲେ, ରଜକ ପଠାନ, ପପୁ ଗାଇକୱାଡ, ଆକାଶ ଗାଇକୱାଡ, ନବନାଥ ୱାଲୁଞ୍ଜ ଏବଂ ସାଣ୍ଡିପ ୱାଲୁଞ୍ଜ ବୋଲି ଜଣାପଡିଛି।

ପୋଲିସର ସୂଚନାନୁସାରେ ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରିବା ଧମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ।

ପୋଲିସ ଏହା ମଧ୍ୟ କହିଛି ଯେ ପୀଡିତାଙ୍କ ପୁଅ ଏବଂ ଗୋଟିଏ ଝିଅ ଅଛି ଯିଏ ପରିବାର ସଦସ୍ୟଙ୍କ ସହ ରୁହନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking