38.1 C
Bhubaneswar
Saturday, April 20, 2024
HomeUncategorizedକ’ଣ ପାଇଁ ରଜକୁ ଓଡ଼ିଶାରେ ଘରେ ଘରେ ପାଳନ କରାଯାଏ?

କ’ଣ ପାଇଁ ରଜକୁ ଓଡ଼ିଶାରେ ଘରେ ଘରେ ପାଳନ କରାଯାଏ?

ଭୁବନେଶ୍ୱର : ଭାରତରେ ପୃଥିବୀକୁ ସବୁବେଳେ ସ୍ତ୍ରୀର ଆସ୍ଥାନ ଦିଆଯାଇଥାଏ । ମାନ୍ୟତା ଅଛି ଗୋଟିଏ ନାରୀ ରଜସ୍ୱଳା ହେବା ପରେ ସେ ସନ୍ତାନ ଜନ୍ମ କରିବାରେ ସକ୍ଷମ ହୋଇଥାଏ । ଠିକ୍ ସେହିପରି ଯେତେବେଳେ ପୃଥିବୀ ମାତା ଆଷାଢ ମାସରେ ୪ ଦିନ ପାଇଁ ରଜସ୍ୱଳା ହୋଇଥାନ୍ତି ତାହାପରେ ଜମି ବିଲ ରେ ମଞ୍ଜି ବୁଣାଯାଇଥାଏ । ଫଳରେ ଫସଲ ଭଲ ହୋଇଥାଏ ।
ସାଧାରଣତଃ କୁହାଯାଇଥାଏ ଯେ ମାସିକ ଧର୍ମ ସମୟରେ ମହିଳାମନେ ଦୁର୍ବଳ ହୋଇପଡ଼ିଥାନ୍ତି । ତେଣୁ ଭୂମି ସହ ଜଡ଼ିତ ଥିବା ପ୍ରତ୍ୟେକଟି କାର୍ଯ୍ୟକୁ କରିବାକୁ ବାରଣ କରାଯାଇଥାଏ ଏହି ୪ ଦିନ । ରାଜ୍ୟର ସମସ୍ତ କୁମାରୀ ବାଳିକା ଓ ନବ ବିବାହିତ ମହିଳାଙ୍କୁ ସେହି ୪ ଦିନ ଆରାମ କରିବାକୁ ଦିଆଯାଇଥାଏ । ଘରର କୌଣସି କାର୍ଯ୍ୟ କରିବାକୁ ଦିଆଯାଇନଥାଏ ମହିଳାଙ୍କୁ । ଘରର ସମସ୍ତ କାର୍ଯ୍ୟକୁ ପୂର୍ବ ଦିନରୁ ସମାପ୍ତ କରାଯାଇଥାଏ । ସାଧାରଣତଃ ଘରର ସମସ୍ତ କାର୍ଯ୍ୟକୁ ବୟସ୍କ ମହିଳାମାନେ ସମ୍ପନ୍ନ କରିଥାନ୍ତି ।
ଅତି ଆନନ୍ଦର ସହ ସମସ୍ତେ ରଜକୁ ପାଳନ କରିଥାନ୍ତି । ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ରଜପାନର ମଜା ବି ସମସ୍ତେ ନେଇଥାନ୍ତି । ପ୍ରତିବର୍ଷ ରଜ ପର୍ବକୁ ଯୁବତୀମାନେ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ଏହି ସମୟରେ ମାଟି ଉପରେ ସାଧାରଣତଃ କୌଣସି କାର୍ଯ୍ୟ କରାଯାଇନଥାଏ । ଏମିତିକି ଭୂମିକୁ ସ୍ପର୍ଶ କରିବାକୁ ମଧ୍ୟ ବାରଣ କରାଯାଇଥାଏ । ଭୂମି ଖନନ କଲେ ଭୂମାତାଙ୍କୁ କଷ୍ଟ ହୁଏ ବୋଲି ଖନନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯାଇଥାଏ । ମାଟି ମା’ ଉପରେ ଖାଲି ପାଦରେ ଚାଲିବାକୁ ମଧ୍ୟ ବାରଣ କରାଯାଇଥାଏ । ପୂର୍ବକାଳରେ ଚପଲ ନଥିଲା , ତେଣୁ ଏହି ସମୟରେ ଝିଅମାନେ କଦଳୀ ପଟୁକା ପିନ୍ଧି ବାହାରେ ଚଲାବୁଲା କରୁଥିଲେ ।
ଓଡ଼ିଶା ଆମର ଏପରି ଏକ ରାଜ୍ୟ ଯେଉଁଠି ମହିଳାମାନଙ୍କ ଶାରୀରିକ କ୍ଷମତାକୁ ନେଇ ରଜ ପର୍ବକୁ ପାଳନ କରାଯାଇଥାଏ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସହ ରାଜ୍ୟର କୋଣ ଅନୁକୋଣରେ ଏହି ପର୍ବକୁ ଧୁମ୍‌ଧାମରେ ପାଳନ କରାଯାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking