28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକ'ଣ ପାଇଁ ପାଳନ କରାଯାଏ ଅଗଷ୍ଟ ୧୫

କ’ଣ ପାଇଁ ପାଳନ କରାଯାଏ ଅଗଷ୍ଟ ୧୫

ନୂଆଦିଲ୍ଲୀ : ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ ।

ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।

୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାନ୍ତ ପୋଷଣ କଲା । ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ। ସେହି ଦେଶ ନାଗରିକମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେଇ ଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking