କାହିଁକି ପାଳନ କରାଯାଏ ମହାଳୟା , ଜାଣନ୍ତୁ..

ଭୁବନେଶ୍ୱର : ପିତୃ ପକ୍ଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ମହାଳୟା ପର୍ବ ପାଳନ କରାଯାଇଥାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଆଶ୍ୱିନ ମାସର କୃଷ୍ଣ ପକ୍ଷର ଶେଷ ତାରିଖ ଅର୍ଥାତ ଅମାବାସ୍ୟାକୁ ମହଳୟା ବୋଲି କୁହାଯାଇଥାଏ । ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ମହଳୟା ପର୍ବ ପାଳନ କରାଯାଏ। ମହାଳୟା ଏକ ଏମିତି ଦିନ ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡ ଦାନ ଦିଆଯାଏ । ଏହାକୁ ୧୫ ଦିନ ଯାଏଁ ପାଳନ କରାଯାଏ । ପିତୃପୁରୁଷଙ୍କୁ ଶାନ୍ତି କରିବା ପାଇଁ ୧୫ ଦିନ ଯାକ ଘରଦ୍ୱାର ସଫାସୁତୁରା କରାଯାଏ ଓ ତାଙ୍କୁ ସ୍ମରଣ କରାଯାଇଥାଏ । ତେବେ ଏହି ୧୫ ଦିନ ଯାକ ଘରେ ସଫାସୁତୁରା କରିବା ନିହାତି ଜରୁରୀ । ସକାଳୁ ଗାଧୋଇ ସାରି ଠାକୁର ପୂଜା କରାଯାଏ ।

ଚଳିତ ଥର ୩ ସେପ୍ଟେମ୍ବରରୁ ୧୭ ସେପ୍ଟେମ୍ବର ଯାଏ ପାଳନ କରାଯିବ । ଏହି ୧୫ ଦିନ ଯାକ ପିତୃପୁରୁଷଙ୍କ ଦିନ ହୋଇଥାଏ । ଯେହେତୁ ସେମାନେ ଆମ ପାଇଁ ବହୁତ କିଛି କରିଥାନ୍ତି, ସେଥିପାଇଁ ସେମାନଙ୍କୁ ଆମେ ମାନିବା ଜରୁରୀ । ବିଶ୍ୱାସ ରହିଛି ଏହି ୧୫ ଦିନ ପାଇଁ ପିତୃପୁରୁଷଙ୍କୁ ଯମରାଜ ନିଜ ଘରକୁ ଛାଡି ଦେଇଥାନ୍ତି । ଏହି ସମୟରେ ଯଦି ତାଙ୍କ ଆତ୍ମା ତୃପ୍ତି କରାନଯାଏ, ତେବେ ସେ ଦୁଃଖରେ କାନ୍ଦି ଚାଲିଗଲେ ତାର ପ୍ରଭାବ ସମସ୍ତଙ୍କ ଉପରେ ପଡିଥାଏ ଏବଂ ପିତୃଦୋଷ ଲାଗିଥାଏ ।
ମହାଳୟା ଦିନ ଖାଇବାକୁ ଦେଲେ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି । ଏମିତି ବି କୁହାଯାଏ, ଯଦି ଆପଣ ସମସ୍ତ କାର୍ଯ୍ୟରେ ଅସଫଳ ହେଉଥାନ୍ତି ତେବେ, ଆପଣଙ୍କୁ ପିତୃଦୋଷ ଲାଗିଥାଏ ବୋଲି କୁହାଯାଏ । ସବୁଠି ନିନ୍ଦା ଶୁଣିବାଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଯଦି କିଛି ଅସୁବିଧା ହୋଇଥାଏ, ତେବେ ପିତୃଦୋଷ ବୋଲି କୁହାଯାଏ । ଜାତକ ଠିକ ଥିଲେ ବି ବିବାହରେ ବିଳମ୍ବ ହେଲେ ପିତୃଦୋଷ ରହିଥାଏ । ସେଥିପାଇଁ ଏହି ୧୫ ଦିନ ଯାଏଁ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ଉଚିତ୍ । ସେମାନଙ୍କୁ ଖାଇବାକୁ ଦେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here