31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଏହି ସ୍ଥାନରେ ଅଛି ଶାଶୁ-ବୋହୂ ମନ୍ଦିର; ୧୧୦୦ ବର୍ଷ ପୁରୁଣା

ଏହି ସ୍ଥାନରେ ଅଛି ଶାଶୁ-ବୋହୂ ମନ୍ଦିର; ୧୧୦୦ ବର୍ଷ ପୁରୁଣା


ରାଜସ୍ଥାନ: ଶିବ ମନ୍ଦିର ହେଉ ଅବା ବିଷ୍ଣୁ ମନ୍ଦିର ଯେଉଁ ସ୍ଥାନକୁ ଯାଆନ୍ତୁ ନା କାହିଁକି ଏଭଳି ଐତିହାସିକ ମନ୍ଦିରମାନ ଦେଖିବାକୁ ପାଇବେ। କିନ୍ତୁ ଶାଶୁ-ବୋହୂ ନାମକ ଏକ ମନ୍ଦିର କେଉଁଠି ଅଛି ଏହା କେବେ ଶୁଣିଛନ୍ତି କି? ଏହି ଶାଶୁ-ବୋହୂ ମନ୍ଦିର ସମ୍ପର୍କରେ ଜାଣିଲେ ଆପଣ ବି ହୋଇଯିବେ ଚକିତ।ଏହି ଶାଶୁ-ବୋହୂ ମନ୍ଦିର ରାଜସ୍ଥାନ ସ୍ଥିତ ଉଦୟପୁରଠାରେ ଅବସ୍ଥିତ। ଏହା ଉଦୟପୁରର ପ୍ରସିଦ୍ଧ ଐତିହାସିକ ଓ ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଅନ୍ୟତମ। ବୋହୁ ମନ୍ଦିର ଶାଶୂ ମନ୍ଦିରଠାରୁ ଅଳ୍ପ ଛୋଟ। ଦଶ ଶତାବ୍ଦୀରେ ନାରୀମତି ଶାଶୁ-ବୋହୂ ମନ୍ଦିରର ଅଷ୍ଟକୋଣ ଛାତକୁ ଆଠଜଣ ମହିଳା ଖୋଦେଇ କରିଥିଲେ। ମନ୍ଦିର କବାଟରେ ରାମାୟଣର ବିଭିନ୍ନ ଘଟଣାବଳୀକୁ ବିଭିନ୍ନ କାରୁକାର୍ଯ୍ୟ କରି ସଜା ଯାଇଛି। ମୂର୍ତ୍ତିର ଦୁଇ ପାଦକୁ ଏମିତି ବ୍ୟବସ୍ଥିତ କରାଯାଇଛି ଯେ ଜଣେ ଅନ୍ୟ ଜଣକୁ ଘେରି ରହିଛି। ଶାଶୁ ବୋହୂଙ୍କ ଏହି ମନ୍ଦିର ଗୋଟିଏ ମଂଚରେ ତ୍ରିମୂର୍ତ୍ତି ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ଛବିକୁ ଖୋଦେଇ କରାଯାଇଛି। ଅନ୍ୟ ଏକ ମଂଚରେ ରାମ, ବଳରାମ, ପର୍ଶୁରାମଙ୍କ ଛବି ଲାଗିଛି।

କୁହାଯାଏ, କି ମେବାଡର ରାଜକୀୟ ପରିବାରର ରାଜାମାତା ଭଗବାନ ବିଷ୍ଣୁଙ୍କ ମନ୍ଦିର ଏବଂ ବୋହୂ ସପ୍ତଫେଣୀ ନାଗଙ୍କ ମନ୍ଦିର ନିର୍ମାଣ କରିଥିଲେ। ଶାଶୁ-ବୋହୂଙ୍କ ଦ୍ବାରା ନିର୍ମିତ କରାଯାଇଥିବା ଯୋଗୁଁ  ଏହି ମନ୍ଦିରକୁ ଶାଶୁ-ବୋହୂ ମନ୍ଦିର ନାମରେ ଡକାଯାଏ। ୧୧୦୦ ବର୍ଷ ପୁରୁଣା ଏହି ମନ୍ଦିରର ନିର୍ମାଣ ରାଜା ମହିପାଳ ଏବଂ ରତନପାଲ କରିଥିଲେ। ଶାଶୁ-ବୋହୂ ମନ୍ଦିରର ପଶ୍ଚିମ ଦ୍ବାରରେ ତିଆରି ହୋଇଥିବା ଛାତ ଉପରେ ମହାଭାରତର ପୁରା କଥାକୁ ବେଶ୍ ସୁନ୍ଦର ଭାବେ ଅଙ୍କା ଯାଇଛି। ଏହି ଛାତକୁ ଲାଗି ବାମ ଛାତରେ ଶିବ ପାର୍ବତୀଙ୍କ ପ୍ରତିଛବି ରହିଛି।

ହୋଇପାରେ ଆଜି ଦିନରେ ଏହି ମନ୍ଦିରର ଗର୍ଭାଗୃହରୁ ଦେବାଦେବୀଙ୍କ ପ୍ରତିମୂର୍ତି ହଜିଗଲାଣି। ତଥାପି ଶାଶୁ-ବୋହୂଙ୍କ ଏହି ମନ୍ଦିରରେ ଭଗବାନ ବିଷ୍ଣୂଙ୍କ ୩୨ମିଟର ଉଚ୍ଚା ଓ ୨୨ମିଟର ଚଉଡାର ପ୍ରତିମୂର୍ତି ଅଛି। ଏହି ପ୍ରତିମୂର୍ତି ୧୦୦ ଭୂଜ ବିଶିଷ୍ଟ। ଏଥିପାଇଁ ଏହି ମନ୍ଦିରକୁ ସହସ୍ରାବାହୁ ମନ୍ଦିର ନାମରେ ମଧ୍ୟ ନାମିତ କରାଯାଇଛି। ଶାଶୁ-ବୋହୂଙ୍କ ଦୁଇ ମନ୍ଦିର ମଧ୍ୟରେ ଭଗବାନ ବ୍ରହ୍ମାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ। ଶାଶୁ-ବୋହୂ ମନ୍ଦିର ପାଖରେ ମେବାଡ ରାଜବଂଶ ସ୍ଥାପନା କରାଯାଇଛି। କୁହାଯାଏ କି ଯେବେ ଦୁର୍ଗରେ ​‌ମୋଙ୍ଗଲମାନେ କବଜା କରିଥିଲେ ସେତେବେଳେ ଶାଶୁ-ବୋହୂ ଏହି ମନ୍ଦିରକୁ ଚୟନ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking