30.1 C
Bhubaneswar
Wednesday, April 24, 2024
Homeଓଡିଶାରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?: କଂଗ୍ରେସ

ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?: କଂଗ୍ରେସ

*ରାହୁଲ ଗାନ୍ଧୀଙ୍କୁ ମୋଦିଙ୍କ ଭୟ କାହିଁକି?*

*ଆଦାନୀ କମ୍ପାନୀକୁ କେଉଁ ସୂତ୍ରରୁ ଆସିଲା ୨୦ ହଜାର କୋଟି ଟଙ୍କା ପ୍ରଶ୍ନର ଉତର ମିଳୁନି କାହିଁକି?*

ଭୁବନେଶ୍ୱର – ଆଜି ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆମୀ ୟାଗ୍‌ନିକ ଉଦ୍‌ବୋଧନ ଦେଇ ଦେଶର ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ ଓ ନିମ୍ନମତେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ବିଜେପି ସରକାରଙ୍କୁ କେତେ ଗୁଡ଼ିଏ *ପ୍ରଶ୍ନ ପଚାରିଥିଲେ :*
◆ କେଉଁ ସୂତ୍ରରୁ ଆଦାନୀ କମ୍ପାନୀକୁ ୨୦ ହଜାର କୋଟି ଟଙ୍କା ଆସିଛି ସେ ଟଙ୍କା କାହାର?
◆ ଆଦାନୀ ମହାକେଳେଙ୍କାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୌନ ବ୍ରତ ଅବଲମ୍ବନ କରୁଛନ୍ତି କାହିଁକି? ତାଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀମାନେ କଂଗ୍ରେସ ଓ ବିରୋଧିଙ୍କ ତରଫରୁ କରାଯାଇଥିବା ପ୍ରଶ୍ନର ଉତର ନରଖି ଏକତରଫା ଭାଷଣ ଦଉଛନ୍ତି କାହିଁକି?
◆ ମୋଦି ସରକାରର ୮ ବର୍ଷ ମଧ୍ୟରେ ବିଶ୍ୱ ଧନୀ ତାଲିକାରେ ଆଦାନୀ ୬୦୯ ସ୍ଥାନରୁ ଉଠି ତୃତୀୟ ସ୍ଥାନରେ ପଂହଚାଇବା ପଛରେ ଯାଦୁ କଣ?
◆ ପୂର୍ବ କଂଗ୍ରେସ ସରକାର ଅମଳରେ ନିର୍ମିତ ହୋଇଥିବା ଜାତୀୟ ସମ୍ପତିକୁ ଆଦାନୀ ତଥା ମୁଷ୍ଟିମେୟ ପୁଞ୍ଜିପତି ମାନଙ୍କୁ ଗୋଟିଏ ପରେ ଗୋଟିଏ ଟେକି ଦିଆଯାଉଛି କାହିଁକି? କ’ଣ ରହିଛି ମୋଦି ଆଦାନୀ ସମ୍ପର୍କର ଗୁଢ଼ ରହସ୍ୟ?
◆ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସବୁ ପ୍ରଶ୍ନ ଗୁଡ଼ିକୁ ପଚାରି ଉତର ମାଗୁଥିବା କାରଣରୁ ଭୟଭୀତ ମୋଦି ସରକାର ଆକ୍ରୋଶ ରାଜନୀତିର ଆଶ୍ରୟ ନେଇଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ବିରୋଧି ଦଳର ପ୍ରମୁଖ ନେତାମାନଙ୍କୁ ଶରବ୍ୟ କରୁଛନ୍ତି ।
◆ ଫେବୃଆରୀ ୨୭ ରୁ ମାର୍ଚ୍ଚ ୨୩ ଏକ ମାସରୁ କମ୍ ସମୟ ମଧ୍ୟରେ କୋର୍ଟ ରାୟ ଆସିବା ଓ ମାନହାନୀ ମୋକଦ୍ଦମାରେ ସର୍ବାଧିକ ୨ ବର୍ଷର ଦଣ୍ଡ ମିଳିିବା ପଛରେ ଯେ ଷଡ଼ଯନ୍ତ୍ର ଅଛି, ତାହା ସର୍ବତ୍ର ଆଲୋଚିତ ହେଉଛି ।
◆ ରାହୁଲ ଗାନ୍ଧୀ ଭୁତ କେନ୍ଦ୍ର ମୋଦି ସରକାର ଓ ବିଜେପି ଦଳ ଉପରେ ଏପରି ସବାର ହୋଇଛି ଯେ, ରାହୁଲ ଗାନ୍ଧୀଙ୍କୁ ସଂସଦରେ କହିବାକୁ ନଦେବା, ସଂସଦରେ କହିଥିବା ବକ୍ତବ୍ୟକୁ ବିବରଣୀରୁ ବାଦ ଦେବା ଓ ସଂସଦ ବାହାରେ ଦେଇଥିବା ଭାଷଣ ଉପରେ ସଂସଦରେ କ୍ଷମା ମାଗିବାର ଦାବୀ କରିବା ଏବଂ ତରବରିଆ ଭାବରେ ତାଙ୍କୁ ସଂସଦର ସଭ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବାକୁ ବାଧ୍ୟ କରିଛି ବୋଲି *ଶ୍ରୀମତୀ ୟାଗ୍‌ନିକ ଅଭିଯୋଗ କରିଥିଲେ ।*
ବିଜେପି ଦଳର ଭୂମିକା ସଂପର୍କରେ ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତର ରଖି ଶ୍ରୀମତୀ ୟାଗନିକ୍ କହିଥିଲେ ଯେ ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଛି, ସେତେବେଳେ ସମସ୍ତ ବିରୋଧି ଦଳ ଏକାଠି ହୋଇ ପ୍ରତିବାଦ କରିବା ଉଚିତ । ଗଣତନ୍ତ୍ରରେ ବିଶ୍ୱାସ ଥିବାର ଦାବୀ କରୁଥିବା ବିଜେଡ଼ି ଏ ସମୟରେ ଅନ୍ୟ ବିଜେପି ବିରୋଧି ରାଜନୈତିକ ଦଳ ସହ ସାମିଲ ହେବ ବୋଲି ମୁଁ ଆଶା କରୁଛି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଦେଶରେ ମୋଦି ସରକାର ଗଣତନ୍ତ୍ର ନାମରେ ଏକଛତ୍ରବାଦ ଚଳାଇଛି । ରାହୁଲ ଗାନ୍ଧୀ ତଥା କଂଗ୍ରେସର ଜନସ୍ୱାର୍ଥ ସମ୍ମିଳିତ ପ୍ରଶ୍ନର ଉତର ଦେବାରେ ଅସମର୍ଥ ମୋଦି ପ୍ରତିହିଂସା ପରାୟଣ ରାଜନୀତିକୁ ଆଦରି ନେଇଛନ୍ତି । ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ଘୃଣ୍ୟ ମନୋଭାବର ଦୃଢ଼ ପ୍ରତିବାଦ କରାଯିବା ସହ ସମଗ୍ର ରାଜ୍ୟରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି
ଶ୍ରୀ ପଟ୍ଟନାୟକ ଚେତାଇ ଦେଇଥିଲେ ।
ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking