34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗ୍ରହ-ନକ୍ଷତ୍ର ଦେଖି କାହିଁକି ସ୍ଥିର କରାଯାଏ ବିବାହ ମୁହୂର୍ତ୍ତ : ଜାଣନ୍ତୁ କ’ଣ କାରଣ…

ଗ୍ରହ-ନକ୍ଷତ୍ର ଦେଖି କାହିଁକି ସ୍ଥିର କରାଯାଏ ବିବାହ ମୁହୂର୍ତ୍ତ : ଜାଣନ୍ତୁ କ’ଣ କାରଣ…

ନୂଆଦିଲ୍ଲୀ: ଭାରତରେ ବିବାହ ବର-କନିଆଁଙ୍କ ସହ ତାଙ୍କ ପରିବାର ଲୋକଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇଥାଏ। ବିବାହ ପୂର୍ବରୁ ଏବଂ ପରେ ବହୁତ ଦିନ ଯାଏଁ ଏହା ସମସ୍ତଙ୍କର ଆଲୋଚନାର ବିଷୟ ହୋଇଥାଏ। ପ୍ରତ୍ୟେକ ସଦସ୍ୟ ବିବାହ ପାଇଁ ସୁନ୍ଦର ଶାଢ଼ୀ ଏବଂ ଗହଣା ପିନ୍ଧି ଭଲ ବେଶଭୂଷା ହୋଇ ବିବାହରେ ଯୋଗ ଦେଇଥାଆନ୍ତି। ଭାରତୀୟ ବିବାହରେ ସାଜସଜ୍ଜା ଆଗରେ ବଡ଼ ବଡ଼ ପର୍ବପର୍ବାଣି ମଧ୍ୟ ଫିକା ପଡ଼ିଯାଇଥାଏ। ଭାରତରେ ବିବାହ ରୀତିକୁ ପବିତ୍ର ବୋଲି କୁହାଯାଇଥାଏ। ଏଥିପାଇଁ ସମସ୍ତ ରୀତିନୀତି ଏବଂ ପରମ୍ପରାକୁ ଧ୍ୟାନ ସହକାରେ ପାଳନ କରାଯାଇଥାଏ। ବିବାହ ଦିନ କିମ୍ବା ଏହା ପୂର୍ବରୁ ଏବଂ ପରେ ମଧ୍ୟ ଅନେକ ରୀତିନୀତି ଏପରି ଥାଏ ଯାହା ବିନା କାର୍ଯ୍ୟକ୍ରମ ଅଧୁରା ରହିଥାଏ। ବିବାହ ଏକ ନୂଆ ଏବଂ ସୁନ୍ଦର ଜୀବନର ଆରମ୍ଭ ହୋଇଥାଏ। ଏଥିପାଇଁ ବର ଏବଂ କନିଆଁ,ଉଭୟଙ୍କ ପରିବାର ଏହି ଅବସରକୁ ବଡ଼ ଏବଂ ସ୍ମରଣୀୟ କରିବା ପାଇଁ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ।

ଏପରି ବିଶ୍ବାସ ରହିଛି ଯେ ବିବାହ ମୁହୂର୍ତ୍ତ ଏକ ଏପରି ଶୁଭ ତାରିଖ ଏବଂ ସମୟ ଯେଉଁଥିରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତ୍ତିଙ୍କ ସୁଖୀ ଏବଂ ବୈବାହିକ ଜୀବନର ଶୁଭାରମ୍ଭ ହୋଇଥାଏ। ବିବାହ ଦିନ ଖାସ କରି ବିବାହ ମୁହୂର୍ତ୍ତରେ ଘରେ କେହି କାନ୍ଦିନଥାଆନ୍ତି। ଭାରତୀୟ କନିଆଁର ପରିଚୟ ତା’ର ପାରମ୍ପରିକ ସୌନ୍ଦର୍ଯ୍ୟ ଏବଂ ଗରିମା ହୋଇଥାଏ। ମୁହୂର୍ତ୍ତ ବିବାହର ସବୁଠୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ହୋଇଥାଏ। ଏଥିପାଇଁ ସବୁକିଛି ଠିକ୍ ଭାବରେ ହେବା ଜରୁରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking