39.8 C
Bhubaneswar
Thursday, April 18, 2024
Homeକରୋନାସଂକ୍ରମଣ ଦୃଷ୍ଟିରୁ କ'ଣ ପାଇଁ ଜରୁରୀ ହୋଇପଡିଛି ଡବଲ ମାସ୍କ

ସଂକ୍ରମଣ ଦୃଷ୍ଟିରୁ କ’ଣ ପାଇଁ ଜରୁରୀ ହୋଇପଡିଛି ଡବଲ ମାସ୍କ

ନୂଆଦିଲ୍ଲୀ: ବର୍ତମାନ ସମଗ୍ର ଦେଶରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ସେଥିପାଇଁ ଜୀବନ ରକ୍ଷା ପାଇଁ ଏକମାତ୍ର ସୁରକ୍ଷା କବଚ ହେଉଛି ମାସ୍କ । ସଂକ୍ରମଣଠୁ ନିଜକୁ ଦୂରେଇ ରଖିବାର ଏହା ହେଉଛି ଏକମାତ୍ର ମାଧ୍ୟମ । ଯେତେବେଳେ ଜଣେ ବ୍ୟକ୍ତି ମାସ୍କ ଉପରେ ଆଉ ଏକ ମାସ୍କ ପିନ୍ଧେ ଆମେ ତାକୁ ଡବଲ ମାସ୍କିଂ କହିଥାଉ । ଆଉ ଏବେ ଡବଲ ମାସ୍କ ପିନ୍ଧିବା ବି ଜରୁରୀ ହୋଇପଡିଛି । କାରଣ ଏବେ କରୋନାର ଯେଉଁ ପରିବର୍ତ୍ତିତ ରୂପ ଦ୍ୱାରା ସଂକ୍ରମଣ ବ୍ୟାପୁଛି, ତା ପାଇଁ ଡବଲ ମାସ୍କ ହିଁ ଦରକାର । ଡବଲ ମାସ୍କ ପିନ୍ଧିବା ଦ୍ୱାରା ଯଦି ଆମ ପାଖରେ କିଏ ଛିଙ୍କେ କି କାଶେ ତେବେ ଆମେ ସେଥିରୁ ବର୍ତିପାରିବା ଏବଂ ସଂକ୍ରମଣରୁ ରକ୍ଷା ପାଇପାରିବା ।

ଡବଲ ମାସ୍କିଂ ପାଇଁ କେଉଁ ପ୍ରକାର ମାସ୍କକୁ ବ୍ୟବହାର କରିବେ। ବିଶେଷଜ୍ଞଙ୍କ ମତରେ ଡବଲ୍ ମାସ୍କିଂ ପାଇଁ ଗୋଟିଏ ସର୍ଜିକାଲ ମାସ୍କ ଓ ଆଉ ଗୋଟିଏ କପଡ଼ା ମାସ୍କ ଆବଶ୍ୟକ। ଡବଲ ମାସ୍କ ପିନ୍ଧିବା ବେଳେ ପ୍ରଥମେ ସର୍ଜିକାଲ ମାସ୍କ, ତା ଉପରେ କପଡ଼ା ମାସ୍କ ପିନ୍ଧନ୍ତୁ ସେହିଭଳି ପିନ୍ଧିବା ଓ ଖୋଲିବା ବେଳେ ମାସ୍କକୁ ନଧରି ଏହାର ଫିତାକୁ ଧରିବା ଉଚିତ। କାରଣ ମାସ୍କର ଉପରି ଭାଗରେ ଭୂତାଣୁ ରହିଥିବାର ଅନେକ ଆଶଙ୍କା ରହିଛି।

ସେହିଭଳି ଗୋଟିଏ ମାସ୍କକୁ ସର୍ବାଧିକ ୬ ଘଣ୍ଟା ପାଇଁ ପିନ୍ଧା ଯାଇପାରିବ। ଏନ୍-୯୫ ମାସ୍କ ଥରେ ବ୍ୟବହାର କରିବା ପରେ ଏହାକୁ ଖରାରେ ଶୁଖାଇ ୪ ଦିନ ପରେ ପୁନଃ ବ୍ୟବହାର କରିବା ଦରକାର। ଡବଲ ମାସ୍କିଂ କ୍ଷେତ୍ରରେ ବ୍ୟବହାର ପରେ ସର୍ଜିକାଲ ମାସ୍କକୁ ଆଉ ବ୍ୟବହାର ନକରିବା ସହ କପଡ଼ା ମାସ୍କକୁ ଡିଟରଜେଣ୍ଟରେ ଧୋଇ ପୁନଶ୍ଚ ପିନ୍ଧାଯାଇପାରିବ। କିନ୍ତୁ ରୁମାଲ କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ବିଲକୁଲ ସମର୍ଥ ହେବ ନାହିଁ ଏବଂ ୫ ବର୍ଷରୁ କମ୍ ବୟସର ପିଲାଙ୍କୁ ମାସ୍କ ନ ପିନ୍ଧାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking