19.1 C
Bhubaneswar
Tuesday, January 25, 2022
Homeବ୍ରେକୀଙ୍ଗକଣ ପାଇଁ ଗୃହତ୍ୟାଗ କରିଥିଲେ ସୁଭାଷ ଚନ୍ଦ୍ର ବୋଷ

କଣ ପାଇଁ ଗୃହତ୍ୟାଗ କରିଥିଲେ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ୱର,(ଓଏନଏ): ସୁଭାଷଙ୍କ ମାତାଙ୍କ ନାମ ପ୍ରଭାବତୀ ଦେବୀ । ସେ ଥିଲେ ଧାର୍ମିକ ଦେବପ୍ରାଣା । ସୁଭାଷ ମାତାଙ୍କର ଧର୍ମଭାବରେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ମାତା ଯେ ହେତୁ ଶ୍ରୀ ଶ୍ରୀ ଠାକୁର ରାମକୃଷ୍ଣ ପରମହଂସଙ୍କ ଭକ୍ତ । ସେଥିପାଇଁ ବାଲ୍ୟକାଳରେ ମାତା ପ୍ରଭାବତୀ ଦେବୀ ସୁଭାଷଙ୍କୁ କେବଳ ଠାକୁର ରାମକୃଷ୍ଣ ସଂପର୍କିତ ବିଷୟ ବସ୍ତୁ କଥା କହି ପ୍ରଭାବିତ କରୁଥିଲେ । ନେତାଜୀଙ୍କର ଜନ୍ମ ଯଦିଓ ଓଡିଶାରେ , ହେଲେ ତାଙ୍କ ପିତା ଜାନକୀନାଥ ବୋଷଙ୍କର ଅସଲରେ ଜନ୍ମସ୍ଥାନ ହେଉଛି ପଶ୍ଚିମବଙ୍ଗ ଚବିଶ ପ୍ରାଗଣା ଜିଲ୍ଲାରେ । ସୁଭାଷଙ୍କ ପିତା ଜାନକୀନାଥ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ । ତେଣୁ ଆଇନ ବ୍ୟବସାୟ ତାଙ୍କର ପ୍ରଧାନ କର୍ମ । ସେତେବେଳେ କୌଣସି କାରଣରୁ ଜାନକୀନାଥ କଟକ ଆସନ୍ତି, କଟକର ଏତିହାସିକ ପରିବେଶ ତାଙ୍କୁ ବହୁ ଭାବରେ ଆକୃଷ୍ଟ କରିବାରୁ ସେ କଟକରେ ରହି ଆଇନ ବ୍ୟବସାୟ କରିବାକୁ ଶ୍ରେଷ୍ଠ ସ୍ଥାନ ଭାବରେ ବାଛି ନେଲେ ଓ କଟକରେ ରହି ଆଇନ ବ୍ୟବସାୟ ଚଲେଇଲେ । ତା ଛଡା ଏହି ସମୟରେ କଟକ ତଥା ଓଡିଶା ଥିଲା ବଙ୍ଗଳା ପ୍ରେସିଡେନ୍ସିର ଏକ ଅଂଶ ।

ଜାନକୀନାଥଙ୍କ ଆଇନ ବ୍ୟବସାୟ କ୍ଷେତ୍ରରେ ଯୁକ୍ତି ପ୍ରବଣତା ଏବଂ ବିଚକ୍ଷଣରେ ପ୍ରଭାବିତ ହୋଇ ତଥା ସନ୍ତୁଷ୍ଟ ହୋଇ ତତ୍କାଳୀନ ଇଂରେଜ ସରକାର ତାଙ୍କୁ ଗଭର୍ଣ୍ଣମେଣ୍ଟ ପ୍ଲିଡର ଭାବରେ ନିଯୁକ୍ତି ତଥା ରାୟବାହାଦୂର ପଦବୀ ପ୍ରଦାନ କରିଥିଲେ । ସେ ଯେତେବେଳେ ବଙ୍ଗଳାର ଉକ୍ତ କଲେଜରେ ନାମ ଲେଖାଇଲେ, ସେତେବେଳେ ,ସେ ତାଙ୍କ ଜୀବନ ନିମନ୍ତେ ଜଣେ ନୂଆ ବନ୍ଧୁ ପାଇଲେ । ସେ ବନ୍ଧୁ ଥିଲେ ତତ୍କାଳୀନ ନାଟ୍ୟକାର ଦ୍ୱିଜେନ୍ଦ୍ରଲାଲଙ୍କ ପୁତ୍ର ଦିଲ୍ଲୀପ ରାୟ । ଦିଲ୍ଲୀପ ଅରବିନ୍ଦଙ୍କ ଭାବଧାରା ପ୍ରତି ବିଶେଷ ସମ୍ମାନ ଥିଲା । ଯେତେବେଳେ ସୁଭାଷ କୌଣସି ସଙ୍କଟମୟ ପରିସ୍ଥିତିରେ ପଡିଯାଆନ୍ତି, ସେତେବେଳେ ସେ ତାଙ୍କର ସେହି ବନ୍ଧୁ ଦିଲ୍ଲୀପ ରାୟଙ୍କୁ ପତ୍ର ପଠାଇ ଜଣାଇଥାନ୍ତି । ଦିଲ୍ଲୀପ ରାୟଙ୍କ ସହିତ ତାଙ୍କର ଏତେମାତ୍ରାରେ ବନ୍ଧୁତ୍ୱ ବଢିଯାଇଥିଲା ଯେ, ସେ ଶେଷରେ ବନ୍ଧୁଙ୍କ କେତେକ କଥାର ମହତ୍ୱକୁ ବୁଝି କାହାକୁ ନଜଣାଇ ଗୃହ ପରିତ୍ୟାଗ କରିଥିଲେ । କାରଣ ଥିଲା ଯେ, କଷ୍ଟକୁ ବହନ କରି ସଂଯମତା ଆଚରଣ କରିବା । ଏହାପରେ ସେ ଜୀବନର ସମସ୍ୟାର ସମାଧାନ ପାଇଁ ଆଗକୁ ଚାଲିଲେ । ଘରଠାରୁ ୯୦ କିମି ଦୂର ଯିବା ପରେ କୃଷ୍ଣ ନଗରରେ ଜଣେ ବନ୍ଧୁଙ୍କ ଘରେ କିଛିଦିନ ଅତିବାହିତ କରିଥିଲେ । ସେଠାରେ ଏକ ନଦୀକୂଳରେ ଜମେ ସନ୍ୟାସୀଙ୍କ ସଂସ୍ପର୍ଶରେ ଆସିଥିଲେ ।

ଦିନେ ସୁଭାଷ ସନ୍ୟାସୀଙ୍କ ଉଦ୍ଦେଶ୍ୟରେ କହିଲେ ମୁଁ ସମସ୍ତ କ୍ଷେତ୍ରରେ ନିର୍ଭିକ ତଥା ନିର୍ବିକାର କିପରି ଭାବରେ ହୋଇପାରିବି ସେଥିପାଇଁ ଆଶିର୍ବାଦ କରନ୍ତୁ । ଏହାଶୁଣି ସନ୍ୟାସୀ କହିଲେ ଯେକୌଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ପ୍ରଥମେ ମନକୁ ସଂଯତ ଓ ଦୃଢଭାବରେ ତୋଳିବାକୁ ହୋଇଥାଏ । ନେହେଲ ଏଥିପାଇଁ ତୁମକୁ ଜଣେ ଗୁରୁଙ୍କ ଶିଷତ୍ୱ ଗ୍ରହଣ କରିବାକୁ ପଡିବ । କିନ୍ତୁ ପରଦିନ ସନ୍ୟାସୀ ସେହିସ୍ଥାନ ପରିତ୍ୟାଗ କରି ଚାଲିଯାଇଥିଲେ । ଫଳରେ ସେ ନିରାଶ ହୋଇ ଗୁରୁ ଖୋଜିବା ପାଇଁ ,ସେଠାରୁ ବାହାରି ବହୁତ ଦିନ ବୁଲିଲେ । ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ସେ ଘରକୁ ଫେରି ଆସିଥିଲେ ଏବଂ ପୁନର୍ବାର ପାଠ ପଢିବା ଆରମ୍ଭ କରିଦେଇଥିଲେ । ଆଉ ମଧ୍ୟ ଇଣ୍ଟରମିଡିଏଟ ପରୀକ୍ଷାରେ ଭଲଭାବରେ କୃତକାର୍ଯ୍ୟ ହେଲେ । ୧୯୧୫ ମସିହାରେ ବିଏ ରେ ଦର୍ଶନ ବିଦ୍ୟାରେ ଅନର୍ସ ଦେଇ ପାଠପଢା ଆରମ୍ଭ କରିଥିଲେ ମଧ୍ୟ ସେ କଲେଜରୁ ହିଁ ରାଜନୀତି ଆରମ୍ଭ କଲେ । ସେ ସର୍ବ ପ୍ରଥମ କଲେଜ ନିର୍ବାଚନରେ ଠିଆ ହୋଇ ୟୁନିଅନ ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହାଥିଲା ରାଜନେତା ହେବାର ପ୍ରଥମ ପାହାଚ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking