27.1 C
Bhubaneswar
Thursday, April 25, 2024
Homeଓଡିଶାକାହିଁକି ବଦଳିଲେ ବିଏମସି କମିଶନର

କାହିଁକି ବଦଳିଲେ ବିଏମସି କମିଶନର

ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧୁରୀ । ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୟ କୁମାର ସିଂହ ହୋଇଛନ୍ତି ନୂଆ କମିଶନର । ବର୍ତ୍ତମାନ ସେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି ସଞ୍ଜୟ । କମିଶନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ । ବିଡିଏ ଉପାଧ୍ୟକ୍ଷ ସହ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଅତିରିକ୍ତ ଦାୟିତ୍ୱ । ଏବେ ବିଏମସି କମିଶନର ଥିବା ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଜିଏ ବିଭାଗର ଓଏସଡ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ କରୋନା ମୁକାବିଲା ଚାଲିଥିବା ସମୟରେ ବିଏମସିରୁ କାହିଁକି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ହଟାଗଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ସେହିପରି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ୱ । ଡ. କ୍ରିଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking