40.1 C
Bhubaneswar
Thursday, April 25, 2024
Homeକରୋନାସାମ୍ନାକୁ ଆସିଲା କରୋନାର ଆଉ ଏକ ଭାରିଏଣ୍ଟ

ସାମ୍ନାକୁ ଆସିଲା କରୋନାର ଆଉ ଏକ ଭାରିଏଣ୍ଟ

ନୂଆଦିଲ୍ଲୀ: କରୋନା ଭାଇରସର ଆଉ ଏକ ରୂପ ଚିହ୍ନଟ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ କହିଛି ଯେ, ‘ଲେମ୍ବଡା’ ନାମକ ଏକ ଭୂତାଣୁ କୋଭିଡ ୧୯ର ନୂଆ ଭାରିଏଣ୍ଟ । ଯାହା ଏଯାବତ୍ ୨୯ଟି ଦେଶରେ ବ୍ୟାପିସାରିଛି । ‘ହୁ’ କହିଛି, ନୂଆ ଭାରିଏଣ୍ଟ ସର୍ବପ୍ରଥମେ ଅଗଷ୍ଟ ୨୦୨୦ରେ ପେରୁରେ ମିଳିଥିଲା । ସେବେଠୁ ଏଯାଏଁ ଆମେରିକା, ଆର୍ଜେଣ୍ଟିନା ଓ ଚିଲୀ ସହିତ ୨୯ ଦେଶରେ ପହଂଚି ସାରିଛି ।
‘ହୁ’ ‘ଲେମ୍ବଡା’କୁ ଭାରିଏବଲ ଅଫ୍ ଇଣ୍ଟରେଷ୍ଟ ରୂପରେ ବର୍ଗୀକୃତ କରିଛି । ସଂଗଠନ କହିଛି ଯେ, ଭାରିଏବଲ ଅଫ କନସର୍ନ ରୂପରେ ବର୍ଗୀକୃତ କରିବା ପୂର୍ବରୁ ଏହି ବାରିଏଣ୍ଟର ପ୍ରକୃତି ଓ ସଂକ୍ରାମକତା ଶକ୍ତି ବିଷୟରେ ଅନୁଧ୍ୟାନ କରିବାକୁ ପଡିବ । ପର୍ଯ୍ୟାପ୍ତ ଅଧ୍ୟୟନ ପରେ ହି ସ୍ପଷ୍ଟ ହୋଇପାରିବ କରୋନାର ଏହି ନୂଆ ରୂପ କେତେ ମାରାତ୍ମକ । ଭାରିଏଣ୍ଟକୁ ଦୁଇଟି ଶ୍ରେଣୀରେ ବିଭାଜନ କରାଯାଇଛି । ଦୃତ ଭାବରେ ବ୍ୟାପିବା ଓ ବଡ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ଏହାର ଅଛି । ହେଲେ ଭାରିଏବଲ ଅଫ ଇଣ୍ଟରେଷ୍ଟରେ ଏହି କ୍ଷମତା ନଥାଏ । ଏହାପୂର୍ବରୁ ‘ହୁ’ ଆଲଫା, ବିଟା, ଗାମା ଓ ଡେଲଟା ଭାରିଏଣ୍ଟକୁ ଭାରିଏବଲ ଅଫ କନସର୍ନ ରୂପରେ ବର୍ଗୀକୃତ କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking