28.1 C
Bhubaneswar
Tuesday, June 28, 2022
Homeଦେଶ ବିଦେଶଦିଲ୍ଲୀ ଅଗ୍ନିକାଣ୍ଡ ପାଇଁ କିଏ ଦାୟୀ? ମୃତକଙ୍କ ସଂଖ୍ୟା ୩୦ ଛୁଇଁଲା

ଦିଲ୍ଲୀ ଅଗ୍ନିକାଣ୍ଡ ପାଇଁ କିଏ ଦାୟୀ? ମୃତକଙ୍କ ସଂଖ୍ୟା ୩୦ ଛୁଇଁଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁନ୍ଦକା ମେଟ୍ରୋ ଷ୍ଟେସନ ନିକଟରେ ଘଟିଗଲା ଭୟଙ୍କର ଅଗ୍ନିକାଣ୍ଡ । ତେବେ ଏବେ ଚାଲିଛି ଘଟଣାର କାରଣ ଖୋଜା । କାହିଁକି ଘଟିଲା ଅଗ୍ନିକାଣ୍ଡ? ଅଗ୍ନିକାଣ୍ଡ ଲାଗି ଦାୟୀ କିଏ ? ବିନା ଫାୟାର ଏନଓସିରେ କିପରି ଚାଲିଥିଲା ଗୋଦାମ ? ଏତେ ବଡ଼ ଘଟଣା ଘଟିବା ପୂର୍ବରୁ ପ୍ରଶାସନ କରୁଥିଲା କ’ଣ ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠୁଛି । ଚାରି ମହଲା କୋଠାରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୩୦ ରେ ପହଞ୍ଚିଛି । ଗୁରୁତର ଆହତ ୧୬ ଜଣଙ୍କୁ ସ୍ଥାନୀୟ ସଞ୍ଜୟ ଗାନ୍ଧି ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହା ସହ ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ସେପଟେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଘଟଣାରେ ସିସିଟିଭି କମ୍ପାନି ମାଲିକ ହରୀଶ ଗୋୟଲ ଓ ବରୁଣ ଗୋୟଲଙ୍କୁ ଗିରଫ କରାଯାଇଛି । ଅଗ୍ନିକାଣ୍ଡରେ ସେମାନଙ୍କ ବାପା ଅମରନାଥ ଗୋୟଲ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣା ପରେ ବିଲ୍ଡିଂ ମାଲିକ ମନୀଷ ଲାକ୍ରା ଫେରାର ହୋଇଯାଇଛନ୍ତି ।

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୨୬ ମୃତଦେହ ଉଦ୍ଧାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking