27.1 C
Bhubaneswar
Thursday, April 25, 2024
Homeକରୋନାକରୋନା ମୁକାବିଲା ଏହି ସେଲିବ୍ରେଟିଙ୍କୁ ଅନୁରୋଧ କଲେ ଡବ୍ଲ୍ୟୁଏଚ୍‍ଓ ନିର୍ଦ୍ଦେଶକ

କରୋନା ମୁକାବିଲା ଏହି ସେଲିବ୍ରେଟିଙ୍କୁ ଅନୁରୋଧ କଲେ ଡବ୍ଲ୍ୟୁଏଚ୍‍ଓ ନିର୍ଦ୍ଦେଶକ

ମୁମ୍ବାଇ : କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଆତଙ୍କିତ। ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ରେ ଘରେ ରହିବା ସହ ସଚେତନ ରହିବା ପାଇଁ ବାରମ୍ବାର ବାର୍ତ୍ତା ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‍ଓ) ସୁପରଷ୍ଟାର ସେଲିବ୍ରିଟିମାନଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଜନ ସଚେତନତା ସୃଷ୍ଟି କରିବାକୁ ନିବେଦନ କରିଛି।ଡବ୍ଲ୍ୟୁଏଚ୍‍ଓ ନିର୍ଦ୍ଦେଶକ ଜେନେରାଲ୍‍ ଡା. ଟ୍ରେଡ୍ରୋସ୍‍ ଏଧାନୋମ୍‍ ଟ୍ୱିଟର୍‍ରେ ପ୍ରିୟଙ୍କା ଚୋପ୍ରା, ଦୀପିକା ପାଦୁକୋନଙ୍କ ଭଳି ସେଲିବ୍ରିଟିଙ୍କୁ ଟ୍ୟାଗ୍‍ କରି ‘ସେଫ୍‍ ହ୍ୟାଣ୍ଡ୍‍ସ ଚ୍ୟାଲେଞ୍ଜ୍‍’କୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଟେଡ୍ରୋସ୍‍ ଟ୍ୱିଟ୍‍ କରି ଲେଖଛନ୍ତି ଯେ, ଗ୍ଲୋବାଲ୍‍ ଷ୍ଟାର୍ସ ସେଫ୍‍ ହ୍ୟାଣ୍ଡସ୍‍ ଚ୍ୟାଲେଞ୍ଜ୍‍କୁ ଗ୍ରହଣ କରି ନିଜ ଭିଡିଓ ଶେୟାର କରନ୍ତୁ। ନିଜ ସହିତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜ୍‍ ଗ୍ରହଣ କରିବାକୁ କୁହନ୍ତୁ। ଆମେ ସବୁ ଏକାଠି ହୋଇ ଏହି ଭାଇରସ୍‍ରୁ ବର୍ତ୍ତି ପାରିବା।
ସୂଚନା ଅନୁସାରେ , କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖିବା ଦୀପିକା ଓ ପ୍ରିୟଙ୍କା ମଧ୍ୟ କୁଆଡ଼େ ନଯାଇ ଘରେ ସମୟ କାଟିବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ସହ ଫିଲ୍ମ ଜଗତ ଉପରେ ବି ଏହା ଖୁବ ପ୍ରଭାବ ପକାଇଛି । ରିଲିଜ ଅପେକ୍ଷା ରେ ଥିବା ଫିଲ୍ମ ଗୁଡିକ ରିଲିଜ ହୋଇପାରିନଥିବା ବେଳେ ସୁଟିଙ୍ଗ ଉପରେ ବି କଟକଣା ଲାଗିଛି ।
https://onakhabar.com/2020/03/16/student-congress/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking