34.1 C
Bhubaneswar
Friday, March 29, 2024
Homeକରୋନାଜନସନ ଆଣ୍ଡ ଜନସନର କୋଭିଡ ୧୯ ଭ୍ୟାକସିନ କୁ ଅନୁମତି

ଜନସନ ଆଣ୍ଡ ଜନସନର କୋଭିଡ ୧୯ ଭ୍ୟାକସିନ କୁ ଅନୁମତି

ନୂଆଦିଲ୍ଲୀ : କରୋନା ମହାମାରୀ କୁ ନେଇ ସାରା ବିଶ୍ୱ କବଳିତ ହେଉଥିବା ବେଳେ ଏହିସମୟରେ ଟୀକା କୁ ନେଇ ଆସିଛି ଏକ ବଡ ଖୁସି ଖବର ।ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଗୋଟିଏ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକାର ଟ୍ରାଏଲ ରେଜଲ୍ଟ ସକାରାତ୍ମକ ଥିବାରୁ ହୁ’ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହା ପୂର୍ବରୁ ଫାଇଜର/ବାଓନଟେକ ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏକାଧିକ ରାଷ୍ଟ୍ରରେ ଆଷ୍ଟ୍ରାଜେନେକା ଓ ଫାଇଜର ଟିକାର ବ୍ୟବହାର ମଧ୍ୟ କରାଯାଉଛି। ଏବେ ତୃତୀୟ ଟିକା ଭାବେ ଜନସନ ଆଣ୍ଡ ଜନସନକୁ ହୁ’ର ସବୁଜ ସଙ୍କେତ ମିଳିଛି ।
ହୁ’ର ବରିଷ୍ଠ ପରାମର୍ଶଦାତା ବ୍ରୁସ ଅୟଲୱାର୍ଡ କହିଛନ୍ତି, ଜନସନ ଆଣ୍ଡ ଜନସନ ପାଇଁ ଆଦୌ ଅଲଟ୍ରା କୋଲ୍ଡ ଚେନ୍‌ର ଆବଶ୍ୟକ ନାହିଁ। ଏପରି କି ଏହା କରୋନା ମହାମାରୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକୁ ମଧ୍ୟ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking