31.1 C
Bhubaneswar
Saturday, February 15, 2025
Homeମହିଳା ଟି-୨୦ ଆଇପିଏଲ୍ -2023 Auctionକେଉଁ ଫ୍ରାଞ୍ଚାଇଜି ଖଳିବେ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ? ଜାଣନ୍ତୁ ଅପଡେଟ

କେଉଁ ଫ୍ରାଞ୍ଚାଇଜି ଖଳିବେ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ? ଜାଣନ୍ତୁ ଅପଡେଟ

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ଏଥିପାଇଁ ୧୩ ତାରିଖରେ ଖଳାଳିମାନଙ୍କର ନିଲାମୀ ମଧ୍ୟ କରାଯିବ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ହିଁ ରେକର୍ଡ ଭାଙ୍ଗିବା ଆରମ୍ଭ ହୋଇସାରିଲାଣି ମହିଳା ପ୍ରିମିୟର ଲିଗ । ପ୍ରଥମ ସଂସ୍କରଣ ପାଇଁ ବୋର୍ଡ ୫ଟି ଟିମରୁ ୪୬୬୯.୯୯ କୋଟି ଟଙ୍କା ହାସଲ କରିଛି । ଏହାଦ୍ୱାରା ଆଇପିଏଲ ପରେ ଏହି ଲିଗ୍ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଲିଗ୍ ପାଲଟି ଯାଇଛି ।

ସେପଟେ ଆଇପିଏଲର ୩ଟି ଫ୍ରାଞ୍ଚାଇଜି ମହିଳା ପ୍ରିମିୟର ଲିଗରେ ମଧ୍ୟ ଟିମ କିଣିଛନ୍ତି । ଆଇପିଏଲର ମୁମ୍ବାଇ ଇଣ୍ଡିଆନ୍ସ, ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ ମହିଳା ଆଇପିଏଲରେ ମଧ୍ୟ ଭାଗ ନେବେ । ଏହାବ୍ୟତୀତ କେପରୀ ଗ୍ଲୋବାଲ ହୋଲ୍ଡିଙ୍ଗସ(ଲକ୍ଷ୍ନୌ) ଏବଂ ଆଦାନୀ ସ୍ପୋର୍ଟଲାଇନ ମଧ୍ୟ ମହିଳା ପ୍ରିମିୟର ଲିଗରେ ଫ୍ରାଞ୍ଚାଇଜି ଟିମ କିଣିଛନ୍ତି । ଅର୍ଥାତ ଏହି ଦୁଇ ଦଳଙ୍କୁ ଛାଡିଦେଲେ ଆଇପିଏଲର ଅନ୍ୟ ୩ ଦଳ ଟୁର୍ଣ୍ଣାମେଣ୍ଟ ଦ୍ୱାରା ମହିଳା କ୍ରିକେଟରମାନଙ୍କୁ ପ୍ରୋତ୍ସାହିତ ମଧ୍ୟ କରିବ ।

ସୂଚନା ଅନୁସାରେ, ମହିଳା ପ୍ରିମିୟର ଲିଗ ପାଇଁ ପ୍ରାୟ ୧୫୦୦ ଖେଳାଳି ରେଜିଷ୍ଟ୍ରେସନ କରାଇଛନ୍ତି । ଖେଳାଳିମାନଙ୍କ ତାଲିକା ଖୁବଶୀଘ୍ର ଜାରି କରାଯିବା ନେଇ ସୂଚନା ମିଳିଛି । ତେବେ ୧୩ ତାରିଖର ଅକ୍ସନରେ ପ୍ରତି ଫ୍ରାଞ୍ଚାଇଜି ଖଳାଳିମାନଙ୍କ ପିଛା ୧୨ କୋଟି ଟଙ୍କା ଖର୍ଚ୍ଚ କରିପାରିବ । ଏହାବ୍ୟତୀତ ପ୍ରତି ଫ୍ରାଞ୍ଚାଇଜିକୁ ୧୫ରୁ ୧୮ ଜଣ ଖେଳାଳି କିଣିବା ପାଇଁ ଅନୁମତି ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking