32.1 C
Bhubaneswar
Thursday, March 28, 2024
Homeଓଡିଶାଚାଲିଗଲେ ଦୁଇ ପୁଅ, ଛାତରୁ ଡେଇଁ ମା'ର ଆତ୍ମହତ୍ୟା ଉଦ୍ୟମ

ଚାଲିଗଲେ ଦୁଇ ପୁଅ, ଛାତରୁ ଡେଇଁ ମା’ର ଆତ୍ମହତ୍ୟା ଉଦ୍ୟମ

ଗଞ୍ଜାମ : ୩ ମାସ ବ୍ୟବଧାନରେ ଚାଲିଗଲେ ଦୁଇ ରୋଜଗାରିଆ ପୁଅ। ଦୁଃଖକୁ ସହି ନପାରି ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ମାଆ। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ କେ.ନୂଆପଲ୍ଲୀ ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଶଶି‌ରେଖାଙ୍କ ଦୁଇପୁଅ ହେଲେ ଧର୍ମେଶ ଏବଂ ଶିବାନନ୍ଦ। ଧର୍ମେଶ ବାହାର ରାଜ୍ୟରେ ରହି କାମ କରୁଥିବା ବେଳେ ଶିବାନନ୍ଦ ବିହାରର ପାଟଣା ନିକଟସ୍ଥ ଏନଟିପିସିରେ ସିଆଇଏସଏଫ୍‌ ଫାୟାର୍‌ ୱିଙ୍ଗ୍ କନଷ୍ଟେବଳ ଭାବେ ୨୦୧୮ରୁ କାର୍ଯ୍ୟରତ ଥିଲେ। ଗତ ମେ ମାସ ୨୧ ତାରିଖରେ ବଡ଼ ପୁଅ ଧର୍ମେଶ ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ହେଲେ ବାପାମାଆ ଏହି ଦୁଃଖ ଭୁଲି ପାରି ନଥିବା ବେଳେ ସାନପୁଅ ଶିବାନନ୍ଦର ଅକାଳ ବିୟୋଗ ସେମାନଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ଦେଇଛି। ପାଟନାରେ ରହୁଥିବା ଶିବାନନ୍ଦ ହଠାତ୍ ଗତ ୧୧ ତାରିଖରେ ଅସୁସ୍ଥ ହୋଇ ପଡ଼ିଥିଲେ। ଏହାଜାଣି ବାପା ପୂର୍ଣ୍ଣଚନ୍ଦ୍ର ପୁଅ ପାଖକୁ ଯାଇଥିବା ବେଳେ ମାଆ ଶଶିରେଖା ଗ୍ରାମ ଶିବମନ୍ଦିରରେ ପୁଅର ଶୁଭ ମନାସି ଅଧିଆ ପଡ଼ିଥିଲେ। ଗତକାଲି ଶିବାନନ୍ଦଙ୍କ ମୃତ୍ୟୁ ଖବର ପହଞ୍ଚିବା କ୍ଷଣି ଗ୍ରାମବାସୀ ତାଙ୍କୁ ମନ୍ଦିରରୁ ଆଣିଦେଇଥିଲେ। ଘରେ ଏକୁଟିଆ ଥିବା ଶଶିରେଖା ସାନପୁଅର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରି ନପାରି ଘରର ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ କିନ୍ତୁ ସୁସ୍ଥ ଅଛନ୍ତି। କିନ୍ତୁ ଶିବାନନ୍ଦଙ୍କୁ ଝୁରି ତାଙ୍କ ଆଖିରୁ ଲୁହ ଶୁଖୁନି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking