28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏସିଆ ମହାଦେଶର ସର୍ବବୃହତ ଅମର୍ଦ୍ଦା ଏୟାରଷ୍ଟ୍ରିପର ଭାଗ୍ୟ ବଦଳିବ କେବେ...

ଏସିଆ ମହାଦେଶର ସର୍ବବୃହତ ଅମର୍ଦ୍ଦା ଏୟାରଷ୍ଟ୍ରିପର ଭାଗ୍ୟ ବଦଳିବ କେବେ…

ମୟୂରଭଞ୍ଜ: ବଦଳୁଛି ସରକାର ପଡୁନି ନଜର। ପ୍ରତିଶୃତି ପାଲଟିଛି ପାଣିର ଗାର। ଆଜିବି ଅବହେଳିତ ଅବସ୍ଥାରେ ପଡିରହିଛି ଦ୍ବିତୀୟ ବିଶ୍ଵଯୁଦ୍ଧର ମୂକସାକ୍ଷୀ। ଏସିଆ ମହାଦେଶର ସର୍ବବୃହତ ଏୟାରଷ୍ଟ୍ରିପ। ଏଠାରେ ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲାରେ ଥିବା ରାସଗୋବିନ୍ଦପୁରର ଅମର୍ଦ୍ଦା ଏୟାରଷ୍ଟ୍ରିପର କଥା। ପାଖାପାଖି 600 ଏକର ଜମିରେ ନିର୍ମିତ ହୋଇଥିବା ଏହି ଏୟାରଷ୍ଟ୍ରିପ୍‌ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ୧୯୩୮ ମସିହାରେ 3 କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ଏହି ଏୟାରଷ୍ଟ୍ରିପ୍‌ । ଯାହା ୧୯୪୦ରେ ସମ୍ପୂର୍ଣ୍ଣ ହୋଇଥିଲା । ୧୧ ହଜାର ଫୁଟ୍‌ ବା ପାଖାପାଖି ସାଢେ 3 କିଲୋମିଟରର ରନୱେ ଏଠାରେ ରହିଛି। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନ ବିରୋଧରେ ଚାଲିଥିବା ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରଥିଲା ଏହି ଅମର୍ଦ୍ଦା ଏୟାରଷ୍ଟ୍ରିପ। ହେଲେ ଏବେ ଏହା ଐତିହାସିକ, ଗବେଷକ ଓ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛି । ଯାହା ଏୟାରଷ୍ଟ୍ରିପ୍‌ର ବିପର୍ଯ୍ୟସ୍ତ ଅବସ୍ଥା ଦେଖିଲେ ଜଣାପଡେ । ରନୱେରେ ଗଛ ଉଠିବା ସହ ଚାରିଆଡେ ବଣବୁଦା ଦିଶୁଛି । ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ମଧ୍ୟ ଏ ସ୍ଥାନକୁ ନିଜ ଆଡ୍ଡାସ୍ଥଳୀ କରିଛନ୍ତି । ଏୟାରଷ୍ଟ୍ରିପରେ ଏକାଥରେ ପାଖାପାଖି 300 ଯୁଦ୍ଧବିମାନ ରହିବାର ବ୍ୟବସ୍ଥା ଥିବା କୁହାଯାଏ । ହେଲେ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଆଜିପର୍ଯ୍ୟନ୍ତ ଏହାର ପୁନର୍ଦ୍ଧାର ସମ୍ଭବ ହୋଇପାରୁନାହିଁ । ତେବେ ଖୁବ୍‌କମ୍‌ ଖର୍ଚ୍ଚରେ ଏହାର ପୁନର୍ଦ୍ଧାର କରାଯାଇ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି ଗବେଷକମାନେ ମତ ଦିଅନ୍ତି । ଏହାର ପୁନର୍ଦ୍ଧାର କରିବା ସହ ଏୟାରଫୋର୍ସର ଟ୍ରେନିଂ ସେଣ୍ଟର କିମ୍ବା ଏୟାରପୋର୍ଟ ଭାବେ ବ୍ୟବହୃତ କରିହେବ ବୋଲି ଉଭୟ ବିଶେଷଜ୍ଞ ସହ ଅବସରପ୍ରାପ୍ତ ବାୟୁସେନାର ଅଧିକାରୀ ମତ ପ୍ରକାଶ କରିଛନ୍ତି । ତେବେ ସାରା ଭାରତ ବର୍ଷରେ ଏତେ ବଡ ଏୟାରଷ୍ଟ୍ରିପ ନଥିବାବେଳେ ବର୍ତ୍ତମାନର ଚୀନ-ଭାରତ ମୁହାଁମୁହିଁ ପରିସ୍ଥିତିରେ ଏହି ଏୟାରଷ୍ଟ୍ରିପର ପୁନର୍ଦ୍ଧାର ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ସେହିପରି ଅବହେଳିତ ଅବସ୍ଥାରେ ପଡି ରହିଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପ ପୁନଃର୍ଜିବିତ କରାଗଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ରୋଜଗାର ସୃଷ୍ଟିର ସୁଯୋଗ ଏକ ନିଶ୍ଚିତ ମାଧ୍ୟମ ପାଳଟିବ। ଯାହା ସରକାରଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟିର ପ୍ରତିଶୃତିକୁ ଅନେକାଂଶରେ ପୂରଣ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏହାକୁ ଦୃଷ୍ଟିରେ ରଖି ଅନେକ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ଅମର୍ଦ୍ଦା ଏୟାରଷ୍ଟ୍ରିପ ପୁନର୍ଦ୍ଧାର ପାଇଁ ଦାବି ହେଉଥିଲେ ମଧ୍ୟ କେନ୍ଦ୍ରର ମୋଦୀ ସରକାର ହେଉକି ରାଜ୍ୟର ନବୀନ ସରକାର ଉଭୟ ସରକାର ନିଦାବିଷ୍ଣୁ ସାଜିବା ଅଞ୍ଚଳବାସୀଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ନେଇ ବିଭିନ୍ନ ସମୟରେ ସରକାରୀ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲେ ମଧ୍ୟ କାମଶୁନ୍। ଏଭଳି ସ୍ଥିତିରେ ଆଉକେତେଦିନ ସରକାରୀ ପ୍ରତିଶୃତି ଶୁଣି ଶୁଣି ଅଞ୍ଚଳବାସୀ ଖୁସି ହେଉଥିବେ ବେଳେ ଆଉ କେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking